ଭୁବନ ୨୪/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ଥାନା ଓ ତହସିଲ ତରଫରୁ ନିୟମିତ ଚଢାଉ କରାଯାଉଥିଲେ ମଧ୍ୟ ମାଫିଆ ମାନେ ସକ୍ରିୟ ହୋଇ ରୀତିମତ ଖଣିଜ ଦ୍ରବ୍ୟ ଚୋରା ଚାଲାଣ କରିବାରେ ଲାଗିଛନ୍ତି ଓ ଅତ୍ୟନ୍ତ ସତର୍କତାର ସହିତ ସେମାନଙ୍କର ବେପାର ଚଳାଇଛନ୍ତି । ସୁରପ୍ରତାପପୁର ନିକଟସ୍ଥ ଗଜବୋଲ ନିକଟରେ ଚୋରା ମୋରମ ଚାଲାଣ ହେଉଥିବା ଖବର ପାଇ ଭୁବନ ତହସିଲଦାର ପ୍ରଭାସ କୁମାର ବେହୁରା ଙ୍କ ନିର୍ଦ୍ଧେଶ କ୍ରମେ ସୁପରଭାଇଜର ମିନତୀ ବାଘସିଂ ,ବାଲିବୋ ଆରଆଇ ପ୍ରଣତୀ ଭୋଇ ଘଟଣାସ୍ଥଳରେ ପହଁଚି ଚଢାଉ କରିଥିଲେ । ମୋରମ ଚାଲାଣ କରୁଥିବା ଓଆର୦୫ ଏଜେ ୧୩୫୧ ନମ୍ବର ବିଶିଷ୍ଟ ଡମ୍ଫର ଜବତ କରିଥିଲେ । ଅନୁରୂପ ଭାବେ ବାଲିବୋ ରାଜସ୍ୱ ନିରୀକ୍ଷକ ଙ୍କ ଅଧିନସ୍ଥ କାନଖାଇ ଗ୍ରାମରୁ ମୋରମ ବୋଝେଇ କରି ଆସୁଥିବା ଓଡି୩୩ ଏଡି ୦୨୩୪ ନମ୍ବର ବିଶିଷ୍ଟ ହାଇୱାକୁ ଭୁବନ ତହସିଲଦାର ପ୍ରଭାସ କୁମାର ବେହୁରା.ସୁପରଭାଇଜର ମିନତୀ ବାଘସିଂ ,ବାଲିବୋ ଆରଆଇ ପ୍ରଣତୀ ଭୋଇ ଚଢାଉ କରିଥିଲେ । ୨ ଟି ଗାଡିରୁ ମୋଟ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲ ସୂତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର