Tuesday , December 7 2021
Home / ବିଶେଷ / କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଚାକୁଣ୍ଡା ଗଛ କଟାନଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଚାକୁଣ୍ଡା ଗଛ କଟାନଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୪/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବହୁ ପୁରାତନ ଚାକୁଣ୍ଡା ଗଛକୁ କଟାନଯିବା ପାଇଁ ସ୍ଥାନୀୟ ଅଧିବାସୀ ଓ ସ୍ୱେଛାସେବୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ରାପଡା ବ୍ଲକ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖ ଫାଟକ ପାଖରେ ଥିବା ଗୋଟିଏ ଚାକୁଣ୍ଡା ଗଛକୁ ଯାତାୟତରେ ପ୍ରତିବନ୍ଧକ ଯୋଗୁଁ  କାଟିଦେବାକୁ କେନ୍ଦ୍ରାପଡା ତହସିଲଦାରକୁ ଜଣାଇ ଦିଆଯାଇଥିଲା । ତହସିଲଦାର ସେହି ଚାକୁଣ୍ଡା ଗଛକୁ ଗତ ୧୬ତାରିଖରେ ୧୫ହଜାର ଟଙ୍କାରେ ନିଲାମ କରିଯିବ ବୋଲି ପୂର୍ବରୁ ସର୍ବସାଧାରଣଙ୍କୁ ନୋଟିସ ଦେଇଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସେହିଦିନ ନିଲାମ ହୋଇପାରିନାହିଁ ।  ଦୀର୍ଘ ଏକଶହ ବର୍ଷରୁ ଉଦ୍ଧ୍ୱର୍ ହେବ କେନ୍ଦ୍ରାପଡା ଗୋବରୀ କେନାଲ ବନ୍ଧ କଡରେ ତଥା କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏହି ଚାକୁଣ୍ଡା ଗଛ ଏବେବି ଜୀବନ୍ତ ଅବସ୍ଥାରେ ରହିଛି । ଏହି ଗଛର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏହାକୁ କାଟି ଦିଆଗଲେ ପରିବେଶ ଉପରେ ତାହାର ପ୍ରଭାବ ପଡିବ ବୋଲି ଅଭିଯୋଗ ହୋଇଛି । ଏତଦବ୍ୟତିତ ଏହି ଚାକୁଣ୍ଡା ଗଛକୁ କାଟି ଦିଆଗଲେ ସେହି ନିକଟରେ ଥିବା ଅବଶିଷ୍ଟ ୭/୮ଟି ଗଛକୁ ଲୋକମାନେ ଧିରେ ଧିରେ କାଟି ନେଇଯିବେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଏହାର ଗୁରୁତର ପ୍ରଭାବ ପରିବେଶ ଉପରେ ପଡିବା ସହ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଖରାଦିନେ ବୃକ୍ଷ ଛାୟା ଟିକେ ପାଇପାରିବେ ନାହିଁ । ତେଣୁ ଏହି ଚାକୁଣ୍ଡା ଗଛକୁ ନକାଟିବା ପାଇଁ ସମାଜସେବୀ ସନ୍ତୋଷ କୁମାର ବେହେରା, ସନ୍ତୋଷ ପୋଥାଳ, ରାଧାକାନ୍ତ ମହାନ୍ତି, ଶତୃଘ୍ନ ସେନାପତି, ନଗେନ୍ଦ୍ର ଜେନା, ଗୋଲଖ ସେଠୀ, ହଳଧର କର, ସୁଶାନ୍ତ ବେହେରା, ହରେକୃଷ୍ଣ ବେହେରା, ଅମରେନ୍ଦ୍ର ସେନାପତି, ଗୋଲଖ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *