କଟକ ସଦର, ୨୩/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶୋରନଗର ଶ୍ରୀ ସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସେଵା କେନ୍ଦ୍ର ପକ୍ଷରୁ ଆଜି ମଙ୍ଗଳବାର ଦିନ ଏକ ରକ୍ତଦାନ ଶିବିର ଵାଵା ସତ୍ୟସାଇ ଙ୍କ ୯୬ ତମ ଜନ୍ମ ଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କଟକ ଵଡ ଡାକ୍ତରଖାନା ରକ୍ତ ଭଣ୍ଡାରର ଡାକ୍ତର ଓ ସହଯୋଗୀ ମାନେ ଯୋଗ ଦେଇ ଶିଵିରରୁ ୮୮ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଶିଵିର ପରିଚାଳନା ରେ ଇଂ ସତ୍ୟସିଦ୍ଧାନ୍ତ ଦାଶ,ଅକ୍ଷୟ ବେହେରା, ଦିଲିପ ଵେହେରା, ଶ୍ୟାମସୁନ୍ଦର ସେଠୀ,ନିରଞ୍ଜନ ସେଠୀ,ଦୀପକ ମଣ୍ଡଳ ପ୍ରମୁଖ ସହାୟତା କରି ରକ୍ତଦାତା ଜୀଵନଦାତାଙ୍କୁ ଉତ୍ସାହିତ କରିଥିଲେ।ଓଡ଼ିଶା ସମାଚାର
