Monday , September 25 2023
Breaking News
Home / ରାଜନୀତି / ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳ ପକ୍ଷରୁ ବିକ୍ଷୋଭ 

ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳ ପକ୍ଷରୁ ବିକ୍ଷୋଭ 

ଗରଦପୁର, ୨୩/୧୧/୨୦୨୧(ଓଡ଼ିଶା ସମାଚାର)-ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳ ପକ୍ଷରୁ ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ବ୍ଲକ୍ ମହିଳା ସଭାନେତ୍ରୀ ସୁଧାସ୍ମିତା ଲେଙ୍କା ଙ୍କ ସଭାପତିତ୍ୱରେ ରାଜ୍ୟ ବିଜେଡ଼ି କାର୍ଯ୍ୟକାରିଣୀ ସଭ୍ୟ ସଂଜୟ ଅଗ୍ରୱାଲା ଯୋଗଦେଇ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବର୍ଷିଥିଲେ । ଦର ବୃଦ୍ଧି ଯୋଗୁ ଗୃହିଣୀମାନେ ନାନାଦି ହଇରାଣ ହରକତ ହେଉଥିବା ସେ କହିଥିଲେ । ଉଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ନେଇଥିବା ହଜାର ହଜାର ପରିବାରର ଗୃହିଣୀମାନେ ରନ୍ଧନ ଗ୍ୟାସ ର ଦର ବୃଦ୍ଧି ଯୋଗୁ ବାଧ୍ୟ ହୋଇ ଘରେ ପାରମ୍ପରିକ ଚୂଲି ତିଆରି କଲେଣି । ଏଥିରେ ଜିଲାପରିଷଦ ସଭ୍ୟା ସୁଜାତା ରାଉତରାୟ, ସମିତି ସଭ୍ୟା ସରିତା ପାତ୍ର ଙ୍କ ସମେତ ବହୁ ମହିଳା କର୍ମୀ ଯୋଗ ଦେଇଥିଲେ । ଶେଷରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବିଡ଼ିଓ ଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *