Thursday , September 28 2023
Home / ବିଶେଷ / ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ : ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଦୁଇଟି ତଥ୍ୟ – କେଉଁଟା ସତ କେଉଁଟା ମିଛ  ?

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ : ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଦୁଇଟି ତଥ୍ୟ – କେଉଁଟା ସତ କେଉଁଟା ମିଛ  ?

 ଲୋକଙ୍କୁ ବିଭ୍ରାନ୍ତି କରାଯାଉଛି

କଟକ ସଦର, ୨୩/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୁଦ୍ଧରେ ବିଜେଡିର ରଣହୁଙ୍କାର ଜାରି ରହିଥିବା ବେଳେ ଏଵେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଦୁଇଟି ତଥ୍ୟ । ଗୋଟିଏ ରେ  ରାଜ୍ୟର ଟିକସ ଅତ୍ୟଧିକ ଦର୍ଶାଯାଇଥିବାବେଳେ ଅନ୍ୟଟିରେ କେନ୍ଦ୍ର ଆଉ ରାଜ୍ୟର ଟିକସ ସମାନ ଥିବା ଦେଖାଯାଏ । ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଏହି ଦୁଇଟି ତଥ୍ୟରୁ  କେଉଁଟା ଠିକ୍  ଆଉ କେଉଁଟା ଲୋକଙ୍କୁ ଭୂଆଁ ଵୁଲାଉଛି ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଯୋର ଧରିଛି। ସେ ଯାହା ହେଉନା କାହିଁକି ଗତ ତିନି ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ ଗ୍ୟାସର ଦର ଶତକଡା ୭୦ ଭାଗ ବୃଦ୍ଧି ପାଇଛି , ଏହା ସତ୍ୟୃ ।୨୦୧୭-୧୮ ରେ ଯାହାର ମୂଲ୍ୟ ୫୪୯ ଟଙ୍କା ଥିଲା ତାହା ଆଜି ଵଢି ଵଢି ପାଖାପାଖି ଏକ ହଜାର ଟଙ୍କାରେ ପହଞ୍ଚିଲାଣି। ଅନ୍ୟ ପକ୍ଷରେ ସବସିଡ଼ି ମାତ୍ର ୧୫ ଟଙ୍କା ମଧ୍ୟରେ ସିମିତ ରହିଛି । ଯାହାକି ସବସିଡ଼ି ନମିଳିବା ସେଙ୍ଗ ସମାନ । ଏଭଳି ଘଡିସନ୍ଧି ସମୟରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ରାଜନିତି ନକରି ହାଣ୍ଡିଶାଳର ମହଙ୍ଗା ମାଡକୁ ଦୃଷ୍ଟିରେ ରଖି ରନ୍ଧନ ଗ୍ୟାସ ର ଦର କମାଇଵାକୁ ଆଗଭର ହେବାକୁ ସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *