Wednesday , May 31 2023
Home / ବିଶେଷ / ମହିଳାଙ୍କୁ ବେଆଇନ୍ ଗିରଫ ଓ ମାସିକ ନିର୍ଯ୍ୟାତନା ବିରୁଦ୍ଧରେ ବିଡ଼ିଓ ଙ୍କୁ ଦାବି ପତ୍ର

ମହିଳାଙ୍କୁ ବେଆଇନ୍ ଗିରଫ ଓ ମାସିକ ନିର୍ଯ୍ୟାତନା ବିରୁଦ୍ଧରେ ବିଡ଼ିଓ ଙ୍କୁ ଦାବି ପତ୍ର

ରଘୁନାଥପୁର ୨୩/୧୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆ ପଂଚାୟତର ପ୍ରିୟଙ୍କା ମହାପାତ୍ରଙ୍କୁ ବେଆଇନ୍ ଗିରଫ ଓ ମାନସିକ ତଥା ଶାରିରୀକ ନିର୍ଯ୍ୟାତନାକୁ ନେଇ ଆଜି ରଘୁନାଥପୁର ବ୍ଲକ୍ ସମ୍ମୁଖରେ ପ୍ରତିବାଦ ସଭା ସହିତ ଏହାର ଉଚିତ ନ୍ୟାୟ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ କି ଗତ ଜୁଲାଇ ୨୫ ତାରିଖ ଦିନ ଘରୋଇ ଗଣ୍ଡଗୋଳକୁ ନେଇ ରେଢ଼ୁଆ ସରପଂଚ ଜ୍ୟୋତିର୍ମୟୀ ଜେନା ଓ ପଡ଼ୋସୀ ମହିଳା ପ୍ରିୟଙ୍କା ଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ରଘୁନାଥପୁର ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ।  ତେବେ ଏହି କେଶ ର  ଦେଢ଼ମାସ ପରେ ହଠାତ ଆଇଆଇସି କମ୍ପରମାଇଜ କରିବା ଆଳେରେ ଅଗଷ୍ଟ ୨୭ ତାରିଖରେ ପ୍ରିୟଙ୍କା ଙ୍କୁ ଥାନାକୁ ଡ଼କାଇ ମାନସିକ ନିର୍ଯ୍ୟାତନା ଦେବା ସହିତ କୋର୍ଟ ଚାଲାଣ କରିଥିଲେ । ଏବଂ ତାଙ୍କର ଏକମାତ୍ର କଲେଜ ପଢ଼ୁଆ ପୁଅ ପ୍ରିତମ ମହାପାତ୍ରଙ୍କ ନାମରେ ମଧ୍ୟ କେଶ ରୁଜୁ କରିଥିଲେ । ଏହି ଘଟଣାର ନ୍ୟାୟ ଦାବିକରି ପ୍ରିୟଙ୍କା ମହାପାତ୍ରଙ୍କ ସମର୍ଥନରେ ତେଜସ୍ୱିନୀ ଓ ଜୀବନ ଜିବିକା ସାମାଜୀକ ସଂଗଠନର ମହିଳାମାନେ ଏକତ୍ରିତ ହୋଇ ବ୍ଲକ୍ ସମ୍ମୁଖରେ ପ୍ରତିବାଦ ସଭା କରିବା ସହିତ ରଘୁନାଥପୁର ଥାନା ଆଇଆଇସିଙ୍କ ବହିସ୍କାର ଦାବିକରି ବହୁ ସଂଖ୍ୟକ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ରଘୁନାଥପୁର ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ ଙ୍କୁ ପ୍ରଦାନ କରିଥିଲେ ।  ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଦସ୍ୟା ଅଂଜନଦା ବେହେରା,ସବିତା ଭୋଇ, ପିଙ୍କି ସେଠୀ , ସସ୍ମିତା ସ୍ୱାଇଁ, ପ୍ରିୟଦର୍ଶିନୀ ଦାସ ଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.