Tuesday , August 9 2022
Breaking News
Home / ବିଶେଷ / ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ଆଜି

ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ଆଜି

ଭୁବନେଶ୍ୱର ,୨୩/୧୧/୨୦୨୧(ଓଡ଼ିଶା ସମାଚାର)-ଆଜି ସନ୍ଧ୍ୟାରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ବସିବ । ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ କୁ ମନ୍ତ୍ରୀ ପରିଷଦ ଓ କ୍ୟାବେନେଟ ଅନୁମୋଦନ ମିଳିବ । ବିଧାନସଭାର ଶୀତ କାଳିନ ଅଧିବେଶନର ୧ମ ଦିନ ଡ଼ିସେମ୍ବର ପହିଲାରେ ଏହି ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ । ଏହାଛଡ଼ା କ୍ୟାବିନେଟ ରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ ରେ ପ୍ରଥମେ ମନ୍ତ୍ରୀ ପରିଷଦ ଓ ପରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ମନ୍ତ୍ରୀମାନେ ଲୋକସେବା ଭବନ କିମ୍ବା ଜିଲା ମୁଖ୍ୟାଳୟରୁ ଭିଡ଼ିଓ କନଫରେନସିଂ ମାଧମରେ ସାମିଲ ହେବେ । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.