Sunday , October 1 2023
Home / ବିଶେଷ / ମନ୍ତ୍ରୀ ଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ 

ମନ୍ତ୍ରୀ ଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ 

ଭୁବନ,୨୩/୧୧/୨୦୨୧(ଓଡ଼ିଶା ସମାଚାର)- କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦିନିକିଆ ଭୁବନ ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାଟ ର୍ହେଲ୍ଥ କାର୍ଡ ବଣ୍ଟନ  କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ପ୍ରଥମେ ଭୁବନ ଏନଏସି ର ନୂଆଭୁବନ ସ୍ଥିତ ମା ସାହାଣଦେଇ ମନ୍ଦିର  ପରିସରରେ ୱାର୍ଡ ନଂ ୨ ଓ ୩ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ  କରି ବ୍ଲକର ବାଲିବୋ, ମୃଦଙ୍ଗା, ଏକତାଳି, ମହୁଲପାଳ, ଭୂଷଳ ଓ ଗଡନୃସିଂହପ୍ରସାଦ ପ୍ରଭୃତି ପଂଚାୟତରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ  କରିଥିଲେ । ଏନଏସି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ସାହୁ ଙ୍କ ସମେତ ତହସିଲଦାର ପ୍ରଭାସ କୁମାର ବେହୁରା,ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ,ପୂର୍ବତନ ଉପ ନଗରପାଳ ମାୟାଧର ସାହୁ ପ୍ରମୁଖ ଯୋଗ ଦେଇଥିଲାବେଳେ ବ୍ଲକ କାର୍ଯ୍ୟକ୍ରମରେ ବିଡିଓ ଆଶୀର୍ବାଦ ପରିଡା,ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲାପରିଷଦ ସଭ୍ୟ ପ୍ରବୋଧ ଦାଶ,ବାଲିବୋରେ ସରପଂଚ ସନ୍ତୋଷ ଖୁଣି୍ଟଆ,ଏକତାଳିରେ ସମିତିସଭ୍ୟ ଅମୁଲ୍ୟ ଦ୍ୱିବେଦୀ,ମୃଦଙ୍ଗାରେ ସରପଂଚ ଅଶୋକ ଦତ,ରାକେଶ ଆଏଚ,ମହୁଲପାଳରେ ଗୋବିନ୍ଦ ଭଂଜ,ଗଡନୃସିଂହପ୍ରସାଦରେ ସରପଂଚ ତପନ କଅଁର ଙ୍କ ଉପସ୍ଥିତିରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସ୍ମାର୍ଟହେଲ୍ଥ କାର୍ଡ ବଣ୍ଟନ  କରି ନବୀନ ବାବୁ ଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ସେଥିପାଇଁ ଏହି ସ୍ମାର୍ଟହେଲ୍ଥ କାର୍ଡ ଜରିଆରେ ଓଡିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *