Monday , November 29 2021
Breaking News
Home / ବିଶେଷ / ବୁର୍ଲା ଭୀମସାରରେ ୨୯ ଜଣ ଛାତ୍ର ଛାତ୍ରୀ କରୋନା ସଂକ୍ରମିତ – ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ ପରୀକ୍ଷା ବାତିଲ

ବୁର୍ଲା ଭୀମସାରରେ ୨୯ ଜଣ ଛାତ୍ର ଛାତ୍ରୀ କରୋନା ସଂକ୍ରମିତ – ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ ପରୀକ୍ଷା ବାତିଲ

ସମ୍ବଲପୁର,୨୩/୧୧/୨୦୨୧(ଓଡ଼ିଶା ସମାଚାର)- ବୁର୍ଲା ଭୀମସାରରେ ପ୍ରଥମେ ୨୨ ଜଣ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ଆଉ ୭ ଜଣ ଛାତ୍ରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଫଳରେ ବୁର୍ଲା ଭୀମସାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୨୯ କୁ  କୁ ବୃଦ୍ଧି ପାଇଛି। ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ ପରୀକ୍ଷା ବାତିଲ ହୋଇଛି। ସମସ୍ତ ପରୀକ୍ଷା ଓ ପ୍ରାକ୍ଟିକାଲ ଅନଲାଇନ ମାଧ୍ୟମରେ ହେବ ବୋଲି ସୂଚନା ମିଳିଛି। ଏନେଇ ଭୀମସାର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି ।

ସୋମବାର ଏମବିବିଏସ ପ୍ରଥମ ବର୍ଷର ୨୨ଜଣ  ଛାତ୍ରୀ  କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏତେ ସଂଖ୍ୟକ ଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ବିଳମ୍ବିତ ରାତ୍ରିରେ ସମସ୍ତଙ୍କୁ କୋଭିଡ ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ଛାତ୍ରଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ଜଣ ଛାତ୍ରଙ୍କର ପଜିଟିଭ ରିପୋର୍ଟ ଆସିଛି । ସୂଚନାଯୋଗ୍ୟ କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ୟ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀର ୭୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ …

Leave a Reply

Your email address will not be published. Required fields are marked *