Friday , December 3 2021
Breaking News
Home / ବିଶେଷ / ବିଲହାଟରେ ସ୍ୱଛ ଭାରତ ବାଟବଣା 

ବିଲହାଟରେ ସ୍ୱଛ ଭାରତ ବାଟବଣା 

କଟକ,୨୩/୧୧/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ୍ ମହମ୍ମଦପୁର ପଂଚାୟତ ବିଲହାଟ ବଜାରରେ ସ୍ୱଛ ଭାରତ ବାଟବଣା ହୋଇଛି । ମହାନଦୀ – ଚିତ୍ରୋପôଳା ଦ୍ୱୀପାଂଚଳରେ ଅବସ୍ଥିତ ଅଂଚଳର ଏହି ପ୍ରମୁଖ ବଜାରରେ ୫୦୦ ରୁ ଉଦ୍ଧ୍ୱର୍ ଦୋକାନ ବଜାର ଥିବାବେଳେ ଏହି ବଜାର ଉପରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ନିର୍ଭର କରିଥାନ୍ତି । ଏହି ବଜାରରେ ଦୈନିକ କୋଟି କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଏତେସବୁ ପରେ ମଧ୍ୟ ଏହି ବଜାରରେ ପରିଷ୍କାର ପରିଛନତାକୁ ଗୁରୁତ୍ୱ ଦିଆଯାଉନଥିବାରୁ ବଜାରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହୋଇ ରହିଛି । ଏହାକୁ ପଂଚାୟତ କିମ୍ବା ବ୍ଲକ୍ ପ୍ରଶାସନ ଅଥବା ବଜାର କମିଟି ନଜର ଦେଉନଥିବାରୁ ସାଧାରଣରେ ଅସନ୍ତାଷ ପ୍ରକାଶ ପାଉଛି । ଏହି ବଜାରରେ ଥିବା ବିଭିନ୍ନ ଖାଲିସ୍ଥାନ ମାନଙ୍କରେ ବର୍ଷ ବର୍ଷ ଧରି ଅଳିଆ ଗଦା ହୋଇ ରହିଥିବାରୁ ସେଠାକାର ପରିବେଶ ପୁତିଗନ୍ଧÿମୟ ହେବା ସହିତ ଡ଼େଙ୍ଗୁ ଜାତୀୟ ରୋଗ ହେବାର ବହୁ ସମ୍ଭାବନା ଦେଖା ଦେଇଛି । ଏ ବିଷୟରେ ସ୍ଥାନୀୟ ସରପଂଚ ସରୋଜ କୁମାର ବେହେରାଙ୍କୁ ପଚାରିବାରେ ସେ ଏହାକୁ ବ୍ୟକ୍ତିଗତ ଜାଗା କହି ଏଡ଼ାଇ ଯାଇଥିଲେ । ସାଧାରଣ ଜୀବନକୁ ସୂରକ୍ଷା ଦେବା ପାଇଁ ତୁରନ୍ତ ବିଲହାଟ ପରିବେଶକୁ ପରିସ୍କାର କରିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ନିଶ୍ଚିନ୍ତକୋଇଲି ବିଡ଼ିଓ , କିଶନନଗର ତହସିଲଦାର ଓ କଟକ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି । ସୂଚନା ଯୋଗ୍ୟ କି ଅଳିଆ ବର୍ଜନା ଗଦା ହୋଇଥିବା ସ୍ଥାନରେ ସର୍ବ ସାଧାରଣଙ୍କ ବ୍ୟବହାର ପାଇଁ ଏକ ନଳକୂପ ବସାଯାଇଥିବାବେଳେ ଗାଁ କଲ୍ୟାଣ ସମିତି ପକ୍ଷରୁ ଅଳିଆ ପକାଇବା ପାଇଁ ସିମେଂଟ ନନ୍ଦ ଥିବା ଅଳିଆ କୁଣ୍ଡ ମଧ୍ୟ ଅବସ୍ଥିତ ଅଛି । ଯଦି ସରପଂଚ ଙ୍କ କଥାରେ ଏହା ବ୍ୟକ୍ତିଗତ ଯାଗା ତେବେ ସେଠାରେ ଅଳିଆ ପକାଇବା ପାଇଁ କୁଣ୍ଡÿ ବସିଲା କେମିତି ଓ ପଂଚାୟତ ପକ୍ଷରୁ ନଳକୂପ ବସିଲା କେମିତି ? ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଓଡ଼ିଶା ସମାଚାର ପକ୍ଷରୁ ପୂର୍ବରୁ ଖବର ପ୍ରକାଶ କରାଯାଇ ସରପଂଚ ଙ୍କୁ ସେଆର କରାଯାଇଥିଲେ ମଧ୍ୟ ସରପଂଚ ଏହାକୁ ହେୟଜ୍ଞାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ପରିବେଶବିତ୍ ସମ୍ବର୍ଦ୍ଧିତ

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପ ବନ୍ଦରରେ କାର୍ଯ୍ୟରତ ଇଂ.ଅମରେଶ ନରେଶ ସାମନ୍ତଙ୍କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ସମ୍ବର୍ଦ୍ଧିତ …

Leave a Reply

Your email address will not be published. Required fields are marked *