Monday , November 29 2021
Breaking News
Home / ଶିକ୍ଷା / ବାଳିକା ବିଦ୍ୟାଳୟ ର ୫୩ ଜଣ ଛାତ୍ରୀ କରୋନା ସଂକ୍ରମିତ

ବାଳିକା ବିଦ୍ୟାଳୟ ର ୫୩ ଜଣ ଛାତ୍ରୀ କରୋନା ସଂକ୍ରମିତ

ସୁନ୍ଦରଗଡ଼, ୨୩/୧୧/୨୦୨୧(ଓଡ଼ିଶା ସମାଚାର)- ଚିନ୍ତା ବଢାଇଲାଣି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ । ସମ୍ବଲପୁରର ବୁର୍ଲା ଭିମସାରର ୨୯ ଜଣ ଡ଼ାକ୍ତରୀ ଛାତ୍ର ଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏବେ ପୁଣି ସୁନ୍ଦରଗଡ଼ ର ସେଣ୍ଟ ମେରି ବାଳିକା ବିଦ୍ୟାଳୟ ର ମୋଟ ୫୩ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ ସ୍କୁଲ କୁ ୭ ଦିନ ପାଇଁ ବନ୍ଦ କରିଦିଆଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଧୀରେ ଧୀରେ ସମସ୍ତ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ଦଶମ, ନବମ , ପରେ ଅଷ୍ଟମ ଆଉ ଏବେ ଅଷ୍ଟମ, ସପ୍ତମ, ଷଷ୍ଠ ଶ୍ରେଣୀରେ ପାଠ ଆରମ୍ଭ ହୋଇଛନ୍ତି । କିନ୍ତୁ ଏସବୁ ଭିତରେ ସୁନ୍ଦରଗଡ଼ରୁ ଆସିଛି ଏହି ଚିନ୍ତାଜନକ ଘଟଣା । ସୁନ୍ଦରଗଡ଼ ସ୍ଥିତ ସେଣ୍ଟ ମେରି ବାଳିକା ବିଦ୍ୟାଳୟର ୫୩ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ୫୩ ଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏତେ ସଂଖ୍ୟକ ଛାତ୍ରୀ କରୋନା ସଂକ୍ରମିତ ହେବା ସ୍କୁଲ କର୍ତ୍ୟୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି । ତେବେ କେହି ଗୁରୁତର ହୋଇନାହାନ୍ତି । ସମସ୍ତେ ସ୍କୁଲ ହଷ୍ଟେଲ ରେ ସଙ୍ଗରୋଧରେ ରହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ

ଭୁବନ ୨୯/୧୧/୨୦୨୧(ଓଡ଼ିଶା ସମାଚାର)-ଭୁବନ ଯୁକ୍ତତିନି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ ହୋଇଯାଇଛି । କେୟାରଟେକର ଶାନ୍ତନୁ ଦାଶ …

Leave a Reply

Your email address will not be published. Required fields are marked *