Tuesday , June 6 2023
Breaking News
Home / ଶିକ୍ଷା / ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ଭୁବନ୨୩/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ତହସିଲଦାର ପ୍ରଭାସ କୁମାର ବେହୁରା ଯୋଗଦେଇ ଭୋଟ ଆପ ଜରିଆରେ କିଭଳି ପଂଜିକୃତ ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ ।  ୧ ନଭେମ୍ବର ୨୦୨୧ ସୁଦ୍ଧା ଯେଉଁ ଛାତ୍ର,ଛାତ୍ରୀମାନଙ୍କୁ ୧୮ ବର୍ଷହେଉଛି ସେମାନେ ନିଜୱାର୍ଡ କିମ୍ବା ବୁଥ୍ ରେ ନିଜର ନାମ ପଂଜିକରଣ କରି ଭୋଟର କାର୍ଡ ପାଇବାକୁ ସଚେତନ କରାଯାଇଥିଲା । ଜଣେ ସଚେତନ ନାଗରିକ ହିସାବରେ ନିଜସାହିରେ ଥିବା ଅନ୍ୟ ଯୋଗ୍ୟବ୍ୟକ୍ତିଙ୍କୁ ସଙ୍ଗରେନେଇ ସେମାନଙ୍କ ନାମ ପଂଜିକରଣ କରିବା ସହିତ ମୃତ,ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ ଦେବାକୁ ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର,ମୁଖ୍ୟକିରାଣୀ କୈଳାସ ଚନ୍ଦ୍ର ବେହେରା,ଗ୍ରନ୍ଥାଗାରିକ ନନ୍ଦ କିଶୋର ଧିର ମତବ୍ୟକ୍ତ କରିଥିଲେ । ଜାତୀୟସେବା ଯୋଜନାର କାର୍ଯ୍ୟକର୍ତା ହୃଦାନନ୍ଦ ବେହେରା,ସୁକାନ୍ତ କୁମାର ସାହୁ,ସୁଶ୍ରୀ ଶ୍ରାବଣୀ ଅଳ୍ପନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.