ପାରଦୀପ,୨୩/୧୧/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ପ୍ରଗତିର ମୁଖଶାଳା ତଥା ଦେଶର ଗଭୀରତମ ବନ୍ଦର ପାରାଦୀପ ବନ୍ଦରକୁ ଚଳିତ ବର୍ଷର ସମ୍ମାନଜନକ ମାଲା (ମେରିଟାଇମ୍ ଆଣ୍ଡ ଲଜିଷ୍ଟିକ୍ସ ଆଓାର୍ଡ) ପ୍ରଦାନ କରାଯାଇଛି । ଚଳିତ ବର୍ଷ ପାରାଦୀପ ବନ୍ଦର ସହିତ ଯୁଗ୍ମ ଭାବେ ଦୀନଦୟାଲ୍ ଉପାଧ୍ୟାୟ ବନ୍ଦର ଏହି ମାଲା ପୁରସ୍କାର ହାସଲ କରିଛନ୍ତି । ମୁମ୍ବାଇ ଠାରେ ଆୟୋଜିତ ଏକ ସମାରୋହରେ ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ଏ.କେ.ବୋଷ ପାରାଦୀପ ବନ୍ଦର ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ନୌବାଣିଜିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ନିମନ୍ତେ ଗଠିତ ବିଚାରକ ମଣ୍ଡଳି ସବୁକ୍ଷେତ୍ରରେ ଉକôୃଷ୍ଟ କାର୍ଯ୍ୟ କରିଥିବାରୁ ପାରାଦୀପ ବନ୍ଦରକୁ ଏହି ମାଲା ପୁରସ୍କାର ନିମନ୍ତେ ଚୟନ କରିଥିଲେ । ଏହି ପୁରସ୍କାର ହାସଲ କରିବା ପରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍.ହାରାନାଦ ଏହି ପୁରସ୍କାର ଏକ ଦୃଷ୍ଟାନ୍ତମୂଳକ ସଫଳତା ବୋଲି ଅଭିହିତ କରିଛନ୍ତି । ପାରାଦୀପ ବନ୍ଦର ଦଳଗତ ଭାବେ କାର୍ଯ୍ୟ କରିଥିବାରୁ ଏହି ସଫଳତା ମିଳିଛି ବୋଲି କହିଛନ୍ତି । ପାରାଦୀପ ବନ୍ଦର ଦଳଗତ କାର୍ଯ୍ୟ, ତ୍ୟାଗ,ଏକାଗ୍ରତା ଓ ନିଷ୍ଠା ବଜାୟ ରଖିଲେ ଆଗାମୀ କିଛି ବର୍ଷ ମଧ୍ୟରେ ପାରାଦୀପ ବନ୍ଦର ଏକ କୀର୍ତିମାନ ସ୍ଥାପନ କରିବ ବୋଲି କହିଥିବା ପାରାଦୀପ ବନ୍ଦର ସୂତ୍ରରୁ ସୂଚନା ମିଳିଛି । ଓଡ଼ିଶା ସମାଚାର