Saturday , November 27 2021
Breaking News
Home / ବିଶେଷ / ଠିକା ଡାଟା ଏନ୍ଟ୍ରି ଅପରେଟର ନିୟମିତ ହେବେ

ଠିକା ଡାଟା ଏନ୍ଟ୍ରି ଅପରେଟର ନିୟମିତ ହେବେ

କଟକ ୨୩/୧୧/୨୦୨୧(ଓଡ଼ିଶା ସମାଚାର)- ନିୟମିତ ହେବେ ଠିକା ଡାଟା ଏନ୍ଟ୍ରି ଅପରେଟର । ଡାଟା ଏନ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯୋଗ୍ୟତା ଆଧାରରେ ସେମାନଙ୍କୁ ନିୟମିତ କରାଇବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ରାଜ୍ୟ ସରକାରଙ୍କ ଲୋକାଲ ଫଣ୍ଡ ଅଡିଟ, ସବ୍-ରେଜିଷ୍ଟ୍ରି ଅଫିସ, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମି ଆଦି ୪ଟି ବିଭାଗରେରେ କାର୍ୟ୍ୟରତ ଥିବା ଠିକା ଡାଟା ଏନ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍ ଠିକା କର୍ମଚାରୀଙ୍କୁ ନିୟମିତ ନେଇ ଥିବା ଗାଇଡଲାଇନରେ ଏହାକୁ କାର୍ୟ୍ୟକାରୀ କରିବାକୁ କୁହାଯାଇଛି।ଏହାଦ୍ବାରା ପ୍ରାୟ ୧୫ ଶହ ଡାଟା ଏନ୍ଟ୍ରି ଅପରେଟର ଉପକୃତ ହେବେ। ଓଡ଼ିଶା ସମାଚାର

About admin

Check Also

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା

କଟକ, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା …

Leave a Reply

Your email address will not be published. Required fields are marked *