Tuesday , August 16 2022
Breaking News
Home / କୃଷି / ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ

ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ

କଟକ ସଦର, ୨୩/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଭାରତ ସରକାରଙ୍କ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଵିଶେସ୍ୱର ଟୁଡୁ କଟକ ଵିଦ୍ୟାଧର ପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନକୁ ପରିଦର୍ଶନ କରିଥିବା ଜଣାପଡିଛି।ଏହି ଅନୁଷ୍ଠାନର ଜିନ୍ ବ୍ୟାଙ୍କ୍, ସମନ୍ୱିତ ଧାନ ଓ ମାଛ ଚାଷ ପ୍ରଣାଳୀ,ଟ୍ରାନ୍ସ ଜେନିକ୍,ଜିନୋମିକ୍ସ,ଧାନ ଗୁଣବତ୍ତା ପ୍ରୟୋଗଶାଳାକୁ ମନ୍ତ୍ରୀ ପରିଦର୍ଶନ କରି ବୈଜ୍ଞାନିକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠାନର ନିର୍ଦେଶକ ଡଃ ଦୀପଙ୍କର ମାଇତୀ ଅନୁଷ୍ଠାନର ଉତ୍ପତ୍ତି ସହିତ ବିଭିନ୍ନ ଗବେଷଣାରତ ଅନୁସନ୍ଧାନ ଵିଷୟରେ କେନ୍ଦ୍ର ମନ୍ତ୍ରୀ ଙ୍କୁ ଅଵଗତ କରାଇଥିଲେ। ପ୍ରଧାନ ବୈଜ୍ଞାନିକ ଡଃ ବିଶ୍ୱଜିତ୍ ମଣ୍ଡଳ ଟ୍ରାଇଵାଇ ସଵ୍ ପ୍ଲାନ୍ ଏବଂ ଏସ ସି ସଵ୍ ପ୍ଲାନ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ଚାଷୀ ଙ୍କ ଉନ୍ନତି ନିମନ୍ତେ ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏକ ବିବରଣୀ ପ୍ରଦାନ କରିଥିଲେ।ଏହି ଆଲୋଚନା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ବିଭାଗର ମୂଖ୍ୟ, ପ୍ରଶାସନିକ ଅଧିକାରୀ ଏବଂ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।ଏହି ଅଵସରରେ କଟକ ସଦର ବ୍ଲକ ରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଵିଭାଗ ( ଆର୍ ଡଵ୍ଲ୍ୟୁ ଏସ୍ ଏସ୍) ପକ୍ଷରୁ କେନ୍ଦ୍ର ସରକାରଙ୍କ ଜଳଜୀଵନ ମିଶନ ଯୋଜନାରେ ଆରମ୍ଭ କରାଯାଇଥିବା ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକରେ ଅନିୟମିତତା ହୋଇଥିବା ଦର୍ଶାଇ ସଦର ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ସମାଚାର

About admin

Check Also

ବାଲିସାହି ଥାଇଥାନ ଵସ୍ତିରେ ପଶିଲା ଵନ୍ୟା ଜଳ,ଦୂର୍ଦଶାରେ ବସ୍ତିବାସିନ୍ଦା

କଟକ ସଦର,୧୬/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସହର ନବୀକରଣ ପାଇଁ ଉଚ୍ଛେଦ ହୋଇଥିବା ବସ୍ତିବାସିନ୍ଦାଙ୍କୁ ନୂଆପଡ଼ା ବାଲିସାହି ରେ …

Leave a Reply

Your email address will not be published.