ଗରଦପୁର, ୨୩/୧୧/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ନିକଟସ୍ଥ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଗରଦପୁର ପଂଚାୟତର କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ା ସଭାପତିତ୍ୱ କରିଥିବାବେଳେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗଦେଇ ଆସନ୍ତା ପଂଚାୟତ ନିର୍ବାଚନରେ କିଭଳି ପାଟକୁରା ନିର୍ବାଚନ ମଣ୍ଡଳୀର ପ୍ରତି ପଂଚାୟତରେ ଦଳିୟ ପ୍ରାର୍ଥି ଙ୍କୁ ବିଜୟୀ କରିବା ସହ ଜିଲା ପରିଷଦ ସଭ୍ୟ ସଭ୍ୟା ବିଜୟୀ ହେବେ ସେ ନେଇ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଦଳରୁ କର୍ମୀମାନେ ବିମୁଖ ହୋଇ ସର୍ବଶ୍ରୀ ଶରତ କୁମାର ଜେନା, ଚଗଲି ବେହେରା, ନୃସିଂହ ଭୋଇ, ରାଜୁ ଜେନା, ପ୍ରଦୀପ ଜେନା, ନୃସିଂହ ଚରଣ ଘଡ଼େଇ, ଦୂର୍ଯେ୍ୟାଧନ ଘଡ଼େଇ, ବାବୁଲି ଜେନା, ସରୋଜକାନ୍ତ ମଲିକ,ମିନତୀ ନାୟକ,ସସ୍ମିତା ଜେନା, ଜ୍ୟୋତ୍ସ୍ନାରାଣୀ ପାତ୍ର,ରୀନା ଜେନା,ରେଣୁବାଳା ଜେନା ପ୍ରମୁଖ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଏହି ଅବସରରେ ଜିଲା କଂଗ୍ରେସ ଉପସଭାପତି ନୀରଂଜନ ରାଉତ, ସମ୍ପାଦକ ସଂଗ୍ରାମ ପୃଷ୍ଟି , ପୂର୍ବତନ ସମିତି ସଭ୍ୟ ଗୋବର୍ଦ୍ଧନ ସାହୁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ମିତା ବେହେରା, ରଂଜନ ପରିଜା,ତୁଷାରକାନ୍ତି ମିଶ୍ର,ରବିନାରାୟଣ ପାଣି ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଏଥିରେ ଯୋଗଦେଇଥିବାବେଳେ କୁମାର ପାଣି ଙ୍କୁ ଗରଦପୁର ପଂଚାୟତର କଂଗ୍ରେସ ସଭାପତି ଚୟନ କରାଯାଇ ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର
