ଭୁବନେଶ୍ୱର,୨୩/୧୧/୨୦୨୧(ଓଡ଼ିଶା ସମାଚାର)- ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଅଧିବେସନ୍ ବୁଧଗୟା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେଠାରେ ହୋଇଥିବା ନିର୍ବାଚନରେ ସଂଘଠନ ସମ୍ପାଦିକ ଭାବେ ରାଜ୍ୟରୁ ପ୍ରଥମ ମହିଳା ଭାବେ ସ୍ୱର୍ଣ୍ଣପ୍ରଭା ମେକାପ(ସୋନି) ନିର୍ବାଚିତ ହୋଇଛନ୍ତି । ଏଥି ସହ ଶ୍ରୀମତି ସ୍ୱର୍ଣ୍ଣପ୍ରଭା ସର୍ବଭାରତୀୟ ମହିଳା ଟିମ୍ ରେ କାର୍ଯ୍ୟକାରୀ କମିଟିର ସଭ୍ୟ ହୋଇଛନ୍ତି । ଏଥି ସହ ମହାସଚିବ ଭାବେ କମଳାକାନ୍ତ ତ୍ରିପାଠୀ, ସଭ୍ୟ ଭାବେ କାହ୍ନୁଚରଣ ମହାନ୍ତି ମଧ୍ୟ ନିର୍ବାଚିତ ହୋଇଛନ୍ତି । ଏଥି ପାଇଁ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ତାଙ୍କୁ କୃତଜ୍ଞତା ଜଣାଛନ୍ତି । ଓଡ଼ିଶା ସମାଚାର