Sunday , December 5 2021
Home / ବିଶେଷ / ଅନଲାଇନ ଠକେଇ ଅଭିଯୋଗ ରେ ଯୁବତୀକୁ ଗିରଫ କଲା ହିମାଚଳ ପ୍ରଦେଶ ପୋଲିସ:କୋର୍ଟ ଚାଲାଣ

ଅନଲାଇନ ଠକେଇ ଅଭିଯୋଗ ରେ ଯୁବତୀକୁ ଗିରଫ କଲା ହିମାଚଳ ପ୍ରଦେଶ ପୋଲିସ:କୋର୍ଟ ଚାଲାଣ

ସାଲେପୁର,୨୩/୧୧/୨୦୨୧(ଓଡିଶା ସମାଚାର/ ଅଭୟ ଜେନା ) – ଅନଲାଇନ ଠକେଇ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର ଥାନା ର କେନ୍ଦୁପାଟଣା ଅଞ୍ଚଳରୁ ଜଣେ ଯୁବତୀଙ୍କୁ ହିମାଚଳପ୍ରଦେଶ ପୋଲିସ ସୋମବାର ଉଠାଇ ଆଣିବା ପରେ ସାଲେପୁର ଥାନା ରେ ହଜାର କରାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଯୁବତୀ ଜଣକ କେଭିସି ନାମକ ସଂସ୍ଥାରୁ ଅନଲାଇନ ମାଧ୍ୟମରେ ୫ଲକ୍ଷଟଙ୍କା ଲଟେରୀ ଜିତିଥିବା ଏକ ମେସେଜ ଆସିଥିଲା ଏବଂ ସେଥିପାଇଁ ସଂସ୍ଥାର ଏକାଉଣ୍ଟରେ ୧୯ହଜାର୫୦୦ ଡିପୋଜିଟ କରିଥିଲେ। ତେବେ ଠକେଇ ବାବଦରେ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ଯୁବତୀଙ୍କୁ ବ୍ୟବହାର କରି ହିମା ଚଳପ୍ରଦେଶର ଜଣେ ସାଇବର ଠକ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କା ଠକି ଥିବା ଜଣାପଡିଛି। ଅନ୍ୟପକ୍ଷ ରେ ହିମାଚଳପ୍ରଦେଶର ଜଣେ ସୈନିକ ଏଭଳି ଠକାମୀର ଶିକାର ହେବା ପରେ ତାଙ୍କ ଏତେଲା ଆଧାରରେ ସୋମବାର ହିମଚଳପ୍ରଦେଶର ୫ଜଣିଆ ପୋଲିସ ଟିମ ଏଠାରେ ପହଂଚି ଯୁବତୀଙ୍କୁ ସାଲେପୁର ଥାନା ରେ ପଚରାଉଚୁରା ଚଳାଇ ଥିଲେ । ତେବେ ଏନେଇ ହିମାଚଳ ପୋଲିସ କିନ୍ତୁ କିଛି କହିବା ପାଇଁ ମନା କରିଥିଲେ । ମଙ୍ଗଳ ବାର ସମ୍ପୃକ୍ତ ଯୁବତୀ କୁ କୋର୍ଟ ଚାଲାଣ କରାଯାଇଥିବା ସାଲେପୁର ପୋଲିସ ସୂତ୍ର ରୁ ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ାରେ ଜୱାଦ ବାତ୍ୟା ପାଇଁ ୪୮୨ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ପଶ୍ଚିମ କେନ୍ଦ୍ରୀୟ ବେଙ୍ଗାପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା …

Leave a Reply

Your email address will not be published. Required fields are marked *