ରଘୁନାଥପୁର ୨୨/୧୧/୨୦୨୧(ଓଡ଼ିଶା ସମାଚାର)-ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ରଘୁନାଥପୁର ବ୍ଲକ୍ ଛାତ୍ର, ଯୁବ ଓ ମହିଳା ବିଜେଡ଼ି ପକ୍ଷରୁ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରତିବାଦ ସଭା କରାଯାଇଥିଲା । ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ ଙ୍କ ତତ୍ୱାବଧାନରେ ଜିଲା ବିଜେଡ଼ି ଉପସଭାପତି ସରୋଜକାନ୍ତ ସ୍ୱାଇଁ,ବ୍ଲକ୍ ମହିଳା ସଭାନେତ୍ରୀ ଶାନ୍ତିଲତା ଦ୍ୱିବେଦୀ,ଯୁବ ବିଜେଡ଼ି ସଭାପତି ସରୋଜ କୁମାର ଦାଶ, ଛାତ୍ର ବିଜେଡ଼ି ସଭାପତି ଶକ୍ତି ଶଙ୍କର ପଟ୍ଟନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ରରେ ଥିବା ମୋଦି ସରକାର ଦିନକୁ ଦିନ ରନ୍ଧନ ଗ୍ୟାସ ର ମୂଲ୍ୟ ବୃଦ୍ଧି କରି ରାଜ୍ୟରେ ଥିବା ମା ମାନଙ୍କୁ କଷ୍ଟ ଦେୁଥିବା ପ୍ରକାଶ କରିଥିଲେ । ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ଏହା ହାଣ୍ଡିଶାଳ ଉପରେ ବୋଝ ହେଉଛି । ଗ୍ରାମାଂଚଳର ମା ମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଶୋଷିତ ହେଉଥିବାରୁ କେନ୍ଦ୍ର ସରକାର ତୁରନ୍ତ ରନ୍ଧନ ଗ୍ୟାସ ଉପରେ ୩ ଶହ ଟଙ୍କା ଛାଡ଼ କରିବାକୁ ସେମାନେ ଦାବି କରିଥିଲେ । ଯଦି କେନ୍ଦ୍ର ସରକାର ସେମାନଙ୍କ ଦାବି ନଶୁଣନ୍ତି ତେବେ ଆଗକୁ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ସେମାନେ ପ୍ରକାଶ କରିବା ସହିତ ଗ୍ୟାସ ର ମୂଲ୍ୟ ବୃଦ୍ଧି ନକମିବା ପର୍ଯ୍ୟନ୍ତ ଚାରିଆଡ଼େ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଏହାପରେ ସମସ୍ତ ବିଜେଡ଼ି କର୍ମୀ ବହୁ ସଂଖ୍ୟକ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରଘୁନାଥପୁର ବିଡ଼ିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ପ୍ରଦାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ, ସାଂସଦ ପ୍ରତିନିଧି ଗୌତମ ପାଲିତ, ବ୍ଲକ୍ କୃଷକ ମୋର୍ଚା ସଭାପତି ରବିନ୍ଦ୍ରନାଥ ସ୍ୱାଇଁ, ବ୍ଲକ୍ ଯୁବ ଉପସଭାପତି ମାନସ ରଂଜନ ଦାସ, ବ୍ଲକ୍ ଯୁବ ବିଜେଡ଼ି ଉପସଭାପତି ବିଏନ ଅର୍ପଣ, ତାରପୁର ସମିତି ସଭ୍ୟ ସାରାଜ କୁମାର ଦାସ, ଅଢ଼େଇକୂଳ ସଭ୍ୟ ମନୋଜ ସେଠୀ, ବିନୋଦ ମଲିକ୍, ଶିବରାମ ସାହୁ,ସରପଂଚ ପ୍ରମୋଦ ଜେନା,ସରପଂଚ ସୂର୍ଯ୍ୟନାରାୟଣ ନାୟକ, କୁଂଜ ବିହାରୀ ସ୍ୱାଇଁ, ସମିତି ସଭ୍ୟ ସଂଜୟ ସ୍ୱାଇଁ, ରତିରଂଜନ ସାହୁ,ଅନୀଲ ମହାନ୍ତି , ମନ ସ୍ୱାଇଁ, ଭାସ୍କର ପଟ୍ଟନାୟକ, ଶ୍ରୀନିବାସ ନାୟକ, ସରପଂଚ ଶେଷଦେବ ସେଠୀ,ସରୋଜ କୁମାର ସାହୁ , ଇଂ ବାବାଜୀ ଚରଣ ଜେନା, ପାର୍ଥଶଖା ପାଲଟାସିଂ, ଲିଲିପ୍ତା ପଣ୍ଡା ପ୍ରମୁଖ ବହୁ ବିଜେଡ଼ି କର୍ମୀ ସାମିଲ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ନିକଟରେ ଥିବା ଗୋପବନ୍ଧୁ, ବିଜୁ ପଟ୍ଟନାୟକ ଓ ସ୍ୱର୍ଗତ ବିଷ୍ଣୁ ଦାସ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଓଡ଼ିଶା ସମାଚାର