Monday , November 29 2021
Breaking News
Home / ରାଜନୀତି / ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ସଦର ବ୍ଲକ ଆଗରେ ଵିଜେଡିର ଵିକ୍ଷୋଭ

ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ସଦର ବ୍ଲକ ଆଗରେ ଵିଜେଡିର ଵିକ୍ଷୋଭ

କଟକ ସଦର, ୨୨/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଶୁକ୍ଳ ହ୍ରାସ କରିବା ପରେ ଯୁଵଛାତ୍ର ଵିଜେଡି ପକ୍ଷରୁ ରନ୍ଧନ ଗ୍ୟାସ ଦର ହ୍ରାସ ପାଇଁ ଦାଵି ଉଠିଥିଲା। କେନ୍ଦ୍ର ସରକାରଙ୍କୁ ଏଥିପାଇଁ ୧୦ ଦିନ ମହଲତ ଦେଇ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା ଵେଳେ କଣ୍ଟ ପୁରିଵା ପରେ ସଦର ଵିଜେଡି ଓ ମହିଳା ଵିଜେଡି ପକ୍ଷରୁ ଆଜି ସୋମବାର ଦିନ ଏହାର ପ୍ରତିବାଦରେ ସଦର ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏଥିରେ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ କେନ୍ଦ୍ର ସରକାର ଙ୍କ ଉଜ୍ୱଳା ଯୋଜନାର ଵିଫଳତା ଗୃହିଣୀ ଙ୍କ ପାଇଁ ଵୋଝ ଉପରେ ନଳିତା ଵିଡା ବୋଲି ବର୍ଣ୍ଣନା କରିଥିଲେ। ଵିଗତ ସାଢେ଼ ତିନି ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସର ଦର ୭୦%ଵଢିଛି।୨୦୧୭-୧୮ ମସିହାରେ ରନ୍ଧନ ଗ୍ୟାସ ର ମୂଲ୍ୟ ୫୪୯ ଟଙ୍କା ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ପାଖାପାଖି ୧୦୦୦ ଟଙ୍କାରେ ପହଞ୍ଚିଲାଣି, ଯାହାଦ୍ଵାରା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସାଧାରଣ ଲୋକମାନେ ଦୂର୍ଦିନରେ ଜୀଵନ ଅତିବାହିତ କରୁଛନ୍ତି। ତେଣୁ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଗରିଵ ମାରଣ ନୀତି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ରନ୍ଧନ ଗ୍ୟାସ ଦର ହ୍ରାସ ନ କରିଛନ୍ତି ତେଵେ ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ଦୂର୍ଵାର କରାଯିଵ ବୋଲି ବିଧାୟକ ଶ୍ରୀ ବେହେରା ବକ୍ତବ୍ୟରେ କହିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସମର ବେହେରା, ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା,ଆତ୍ମା ର ସଭାପତି ରଜନୀକାନ୍ତ ସାହୁ,ମିଶନ ଶକ୍ତି ସଂଯୋଜକ ଶରତ ରାୟ,ରଂଜିତା ବେହେରା,ଇଲାଵତୀ ବିଷୋୟୀ, ସ୍ମିତା ମହାରଣା ପ୍ରମୁଖଙ୍କ ସହ ଶତାଧିକ ମହିଳା କର୍ମୀ ଯୋଗ ଦେଇ ଖାଲି ସିଲିଣ୍ଡର ପ୍ରଦର୍ଶନ କରିଥିଲେ। ସେହିପରି ଅନୁରୂପ ଭାବେ କଟକ ଠାରେ ଥିବା କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁଵ ଛାତ୍ର ବିଜେଡ଼ି ପକ୍ଷରୁ ଵିକ୍ଷୋଭ ପ୍ରଦର୍ଶନ କରାଯାଇ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯାଇ ଥିଲା। ଓଡ଼ିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ …

Leave a Reply

Your email address will not be published. Required fields are marked *