Saturday , June 3 2023
Breaking News
Home / ବିଶେଷ / ଭବାନୀପାଟଣା ଠାରେ ଆଶା କର୍ମୀଙ୍କ ତରଫରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଭବାନୀପାଟଣା ଠାରେ ଆଶା କର୍ମୀଙ୍କ ତରଫରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କଳାହାଣ୍ଡି ,୨୨/୧୧/୨୧(ଓଡିଶା ସମାଚର/ସଂଜୟ ସିଂହ) – କଳାହାଣ୍ଡି ଜ଼ିଲ୍ଲା ର ଶହ ଶହ ଆଶା କର୍ମୀ ଦିଦି ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରୁ ଏକ ପଦଯାତ୍ରା ରେ ଯାଇ ଜ଼ିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଡାକ୍ତର ହେମାଙ୍ଗିନୀ ମେହେର ଙ୍କ ଅତତ୍ୟାଚାର ତେହୁ ତାଙ୍କୁ ଜ଼ିଲ୍ଲା ବାହାର କୁ ବଦଳି କରାଯାଉ ଓ ଡାକ୍ତର ଅଶୋକ ଦାସ ଙ୍କ ଦୁର୍ବ୍ୟବହାର ହେତୁ ତାଙ୍କ ବିରୁଦ୍ଧରେ କୋଠର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଡେଲିଭେରୀ ୱାର୍ଡ ଷ୍ଟାଫ ନର୍ସ ଦିଦି ଏବଂ ସୁଇପର ମାନଙ୍କ ଜୁଲୁମ ଓ ଦୁର୍ବ୍ୟବହାର ଦେବା ବନ୍ଦ କରାଯାଉ । ଆମ କଳାହାଣ୍ଡି ଜ଼ିଲ୍ଲା ର ଆଶା ଦିଦି ମାନେ ରାତି ହଉ କି ଦିନ ହେଉ ଚବିଶ ଘଣ୍ଟା କାମ କରୁଛୁ କିନ୍ତୁ ଆମେ ଜ଼ିଲ୍ଲା ଡାକ୍ତର ଖାନା ଡେଲିଭରି ରୋଗୀ ଆଣିଲେ ଡାକ୍ତର ନାହାନ୍ତି କହି ବାହାର କୁ ରେଫର କରୁଛନ୍ତି । ଏହାର ଉଚିତ ବିଚାର କରି, ଓ ବିଭିନ୍ନ ସମସ୍ୟା କୁ ନେଇ ଆଜି ଆଶା କର୍ମୀ ସଂଗଠନ ତରଫରୁ, ମାନ୍ୟବର ଜ଼ିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଆଶା କର୍ମୀ ସଂଗଠନ ର ପଶ୍ଚିମ ଓଡିଶା ର ଜ଼ିଲ୍ଲା ସଭାନେତ୍ରୀ ଶ୍ରୀମତୀ ପଙ୍କଜିନି ନାଏକ, ଜ଼ିଲ୍ଲା ସଭାପତି ନେତ୍ରୀ ଶାନ୍ତି ମାଝୀ, ମିନା ନାଏକ, ଦୀପ୍ତି ରାଉତ, ରାଜେଶ୍ୱରୀ ନାଏକ, ପୁଷ୍ପା ମେହେର, ସୁବାସିନୀ ଦୁର୍ଗା, ଅନିମା ନାଏକ, ପ୍ରମୁଖ ସହ ଯୋଗ ଦେଇ କହିଲେ ଯଦି ଜ଼ିଲ୍ଲାପାଜ୍ଞ ଆମର ଦାବି କୁ ଉଚିତ ବିଚାର ନ କରନ୍ତି ତା ହେଲେ ଆମର ଏହି ଆନ୍ଦୋଳନ ଜାରି ରହିବ, ବୋଲି ଚେତାବନୀ ଦେଇଛନ୍ତି।ଓଡିଶା ସମାଚର

Leave a Reply

Your email address will not be published.