Saturday , November 27 2021
Breaking News
Home / ବିଶେଷ / ପାଟକୁରାରେ ଡଃ ହରେକୃଷ୍ଣ ମହତାବ ଙ୍କ ଜୟନ୍ତୀ ପାଳିତ

ପାଟକୁରାରେ ଡଃ ହରେକୃଷ୍ଣ ମହତାବ ଙ୍କ ଜୟନ୍ତୀ ପାଳିତ

ପାଟକୁରା ୨୨/୧୧/୨୦୨୧(ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ସୁବାସ ଖୁଂଟିଆ ଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୩୯ ବର୍ଷ ହେଲା ପାଟକୁରାରେ ଉତ୍କଳ କୋଶରୀ ଡଃ ହରେକୃଷ୍ଣ ମହତାବ ଙ୍କ ଜୟନ୍ତି ପାଳିତ ହେଉଛି । ଚଳିତ ବର୍ଷ ଏହି ଜୟନ୍ତି ଉପଲକ୍ଷେ ସ୍ଥାନୀୟ କହ୍ନେଇଲାଲଜୀଙ୍କ ମନ୍ଦିର ଓ ଶିବମନ୍ଦିର କୁ ସଙ୍କୀର୍ତନ ମଣ୍ଡଳୀ ସହ  ଏକ ପଟୁଆରରେ ଯାଇ ପାଟକୁରା ମେଡିକାଲର ଶିଶୁରୋଗ ବିଶେଷଜ୍ଞ ଡା ପ୍ରଶାନ୍ତ କୁମାର ଜେନା , ଅଧ୍ୟାପକ ରମାକାନ୍ତ ପାଣି  ଓ ଜୟନ୍ତି କମିଟି ସଭାପତି ସୁବାସ ଖୁଂଟିଆ ପ୍ରମୁଖ ପୁଜାର୍ଚ୍ଚନା କରିଥିଲେ ।  ପାଟକୁରା ବଜାର ଛକରେ ସ୍ଥାପିତ ମହତାବ ଙ୍କ ଆବକ୍ଷ ପ୍ରତିମୂର୍ତିରେ ମାଲ୍ୟାପଣ କରିଥିଲେ । ଏହାପରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ପାଟକୁରା ବିଧାୟିକା ସାବିତ୍ରି ଅଗ୍ରଓଲା ଙ୍କ ପୁତ୍ର ତଥା ରାଜ୍ୟ ବିଜେଡି କାର୍ଯ୍ୟକାରୀଣି ସଦସ୍ୟ  ସଂଜୟ ଅଗ୍ରଓଲା  ଓ ତାଙ୍କ ପନ୍ତ୍ରୀ ଅଂଜୁ ଅଗ୍ରଓଲା ,ଗରଦପୁର ବ୍ଲକ ବିଜେଡି ସଭାପତି ଶଶାଙ୍କ ପରିଡା , ଅଧ୍ୟାପକ ରମାକାନ୍ତ ପାଣି  , ଜ୍ୟାତିରଂଜନ , ସାମ୍ବାଦିକ ବିଚିତ୍ର ପଟ୍ଟନାୟକ ,ଧରେନ କୁମାର ମିଶ୍ର ,ଶିବ ପ୍ରସାଦ ପରିଜା, ରବିନ୍ଦ୍ର କୁମାର ବାରିକ ,ମିନତି ପଣ୍ଡା ଗୋକୁଳାନନ୍ଦ ପରିଜା , ସମାଜସେବୀ ଦୁଃଖୀଶ୍ୟାମ ସେନାପତି , ପାଖଡ ସରପଂଚ ଗୈାରାଙ୍ଗ ଚରଣ ପରିଡା , ପାଟକୁରା ସରପଂଚ ସୁର୍ଯ୍ୟମଣୀ ସେଠୀ , ବେଡାରୀ ସରପଂଚ ଗୋକୁଳି ବେହେରା , ପଳସୁଧା ସରପଂଚ ଅନୁଜ ମହାନ୍ତି , ଜିଲ୍ଲାପରିଷଦ ସଭ୍ୟା ଅହଲ୍ୟା ଲେଙ୍କା , ସମାଜସେବୀ ଉଦୟନାଥ ଚୈଧୁରୀ , ଶିଶିର ପରିଡା , ପବିତ୍ର ପାଣି , ଅମିୟ ପରିଜା ,କୋମଳମତୀ ଶିଶୁ ଅନମୋଲ ଖୁଂଟିଆ ପ୍ରମୁଖ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନବଉତ୍କଳର ନିର୍ମାତା ପ୍ରବାଦ ପୁରୁଷ  ବିଶିଷ୍ଟ ରାଜନୈତିକ , ଐତିହାସିକ , ସାହିତ୍ୟକ ଡା ମହତାବ ଙ୍କ ସ୍ମୃତି ଚରାଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିସ୍ମୟ ପ୍ରକାଶ ଖୁଂଟିଆ , ଗଗନବିହାରୀ ବିଶ୍ୱାଳ , ସେକ ମନୋ ପ୍ରମୁଖ ପରିଚାଳନାରେ ସହେଯାଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା

କଟକ, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା …

Leave a Reply

Your email address will not be published. Required fields are marked *