Tuesday , August 9 2022
Breaking News
Home / ବିଶେଷ / ଗଡିଆରେ ବୁଡି ଯୁବକଙ୍କ ମୃତୁ୍ୟ

ଗଡିଆରେ ବୁଡି ଯୁବକଙ୍କ ମୃତୁ୍ୟ

ପାଟକୁରା ୨୨/୧୧/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ପାଟକୁରା ପଂଚାୟତର ପଣସୁଆପଡା ଗ୍ରାମର କିଶୋର ଦାସ ଙ୍କ ପୁତ୍ର ତିଲୋଚନ ଦାସ (୨୭) ନିଜ ଗ୍ରାମ ପୋଖରୀ ରେ ଗାଧଉଥିବା ସମୟରେ ଅସାବଧାନତା ବସତ ତାଙ୍କ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ । ଏହାଦେଖି ପାଖରେ ଥିବା ଲୋକମାନେ ପାଟିକରିବାରୁ ସେଠାରେ ଲୋକମାନେ ପହଂଚି ତ୍ରିଲୋଚନ କୁ ଗଡିଆ ମଧ୍ୟରୁ ଉଦ୍ଧାର କରିବାକୁ ଚେଷ୍ଟାକରିବା ସହିତ ଗରଦପୁର ଅଗ୍ନିଶମ କାର୍ଯ୍ୟାଳୟକୁ ଖବରଦେଇଥିଲେ । ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଂଚି ତାଙ୍କୁ ପାଣି ମଧ୍ୟରୁ ଉଦ୍ଧାର କରି ପାଟକୁରା ଡାକ୍ତରଖାନା କୁ ନେଇଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ପୋଲିସ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡା ପଠାଇଛି । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.