Saturday , June 3 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଐତିହ୍ୟ ହରାଉଛି ସର୍ଵ ପୂରାତନ କିଶନନଗର କୃଷି ଭିତ୍ତିକ ହାଟ,ମଡେଲ୍ ହାଟ କରିଵାକୁ ଦାଵି

ଐତିହ୍ୟ ହରାଉଛି ସର୍ଵ ପୂରାତନ କିଶନନଗର କୃଷି ଭିତ୍ତିକ ହାଟ,ମଡେଲ୍ ହାଟ କରିଵାକୁ ଦାଵି

କଟକ ସଦର, ୨୨/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦିନ ଥିଲା କଟକ ଜିଲ୍ଲାର ସର୍ଵ ପୂରାତନ ଶହେ ବର୍ଷର କୃଷିଭିତ୍ତିକ ହାଟ ତାର ପୂର୍ବ ହୃତଗୈ।ରଵ ହରାଇଵାକୁ ଵସିଛି। ଯେଉଁଥିପାଇଁ ଏହି ସାପ୍ତାହିକ ହାଟ ଉପରେ ନିର୍ଭରଶୀଳ ଥିଵା ୨୦ ଗୋଟି ପଞ୍ଚାୟତର କ୍ରେତା ଓ ବିକ୍ରେତା ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ପ୍ରକାଶ ଯେ ଦିନ ଥିଲା ଏହି ହାଟ ଉପରେ ନିର୍ଭର କରି କୃଷକମାନେ ତାଙ୍କର ଉତ୍ପାଦିତ ପନିପରିଵା ଅନାୟସରେ ବିକ୍ରି କରି ଵେସ ଲାଭବାନ ହୋଇପାରୁଥିଲେ। ସେଥିରେ ଖାଉଟିମାନେ ମଧ୍ୟ ସୁଲଭମୂଲ୍ୟରେ ପନିପରିବା କିଣିପାରୁଥିଲେ ।ଏଵେ ଏହି ହାଟ ଵହୁ ଅବ୍ୟବସ୍ଥା ମଧ୍ୟରେ ଚାଲିଥିଵାରୁ ସମସ୍ତ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପୂର୍ବରୁ ତିଆରି ହୋଇଥିବା ହାଟ ପିଣ୍ଡି ସଵୁ ଅସଂପୂର୍ଣ୍ଣ ଓ ଜରାଜୀର୍ଣ୍ଣ ଅଵସ୍ଥାରେ ରହିଛି। ଯେଉଁଥିପାଇଁ ଚାଷୀମାନେ ତାଙ୍କର ଉତ୍ପାଦିତ ପନିପରିଵା ଵିକ୍ରୟ ପାଇଁ ଶୃଙ୍ଖଳିତ ଭାଵେ ନ ଵସି ଏଣେ ତେଣେ ବିକ୍ଷିପ୍ତ ଭାଵେ ଵସି ରହୁଛନ୍ତି।ସେଥିରେ ହାଟରେ ପାନୀୟଜଳ,ଶୋ।ଚାଳୟ କିମ୍ବା ଆଲୋକର ବ୍ୟବସ୍ଥା ନଥିବାରୁ ଲୋକେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସେଥିରେ ଅନ୍ଧାରର ସୁଯୋଗରେ ହାଟ ଚାଳିଆରେ ରାତିରେ ଅସାମାଜିକ ଙ୍କ ଆଡ୍ଡା ଜମୁଥିଵା ଅଭିଯୋଗ ହେଉଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କଟକ ସଦର‌ ବିଧାୟକ ଚନ୍ଦ୍ର ସାରଥି ବେହେରା ଆବଶ୍ୟକ ପଦକ୍ଷେପ ନେଵା ସହିତ ହାଟକୁ ଆଦର୍ଶ ହାଟ କରିଵାକୁ ସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published.