Wednesday , December 1 2021
Breaking News
Home / ଶିକ୍ଷା / ୫ଟି ଉପକ୍ରମରେ ଫଜଲ ହକ୍ ସରକାରୀ ହାଇସ୍କୁଲ ଲୋକାର୍ପିତ

୫ଟି ଉପକ୍ରମରେ ଫଜଲ ହକ୍ ସରକାରୀ ହାଇସ୍କୁଲ ଲୋକାର୍ପିତ

ଗରଦପୁର, ୨୧/୧୧/୨୦୨୧(ଓଡ଼ିଶା ସମାଚାର)- ୫ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ କାର୍ୟ୍ୟକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ୟ୍ୟାୟରେ କେନ୍ଦ୍ରାପଡା ଜିଲ୍ଲାର ୩୦ଟି ରୂପାନ୍ତରିତ ହାଇସ୍କୁଲ କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଜିଲାର ଏହି ୩୦ଟି ଫୋକସ ହାଇସ୍କୁଲ ମଧ୍ୟରେ ଜିଲାର ଅନ୍ୟତମ ତଥା ଗରାଦପୁର ବ୍ଲକ୍ ର ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ପୁରାତନ ଫଜଲ ହକ୍ ସରକାରୀ ହାଇସ୍କୁଲ ଲୋକାର୍ପିତ ହୋଇଛି । ଏହି ଅବସରରେ ଉକ୍ତ ହାଇସ୍କୁଲ ର ପୁରାତନ ବିଦ୍ୟାର୍ଥୀ ପରିଷଦ ଓ ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ ବିଶେଷ ଆନନ୍ଦ ପ୍ରକାଶ କରାଯାଇଛି । ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମନମୋହନ କାନୁନଗୋ,ଗୌରଚନ୍ଦ୍ର ଦାସ, ପ୍ରଫେସର ଡ଼କ୍ଟର ସରୋଜ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ଡ଼କ୍ଟର ଲିଙ୍ଗରାଜ ମହାନ୍ତି , ନୃସିଂହପ୍ରସାଦ ଦାସ,ଲକ୍ଷ୍ମୀକାନ୍ତ ଦାଶ,ଡ଼କ୍ଟର ଅବ୍ଦୁଲ ହଲିମ ଖାନ୍ , ଡ଼କ୍ଟର ମିରଜା ନଇମ ଅଲ୍ଲୀ ବେଗ୍ ,ଦେବକୀ ନନ୍ଦନ ମହାନ୍ତି, ସମିର କୁମାର ମହାନ୍ତି, ରବିନ୍ଦ୍ରନାଥ ମହାନ୍ତି, ରବିନ୍ଦ୍ର ମହାପାତ୍ର, ଆଡ଼ଭୋକେଟ ହୃଦୟନିଧି ମହାନ୍ତି , ମୋ ସ୍କୁଲ ଅଭିଯାନ କମିଟି ର ସଭାପତି ଡ଼କ୍ଟର ଅମରେନ୍ଦ୍ରନାଥ ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚୀବ ଭି.କେ. ପାଣ୍ଡିଆନ୍ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କଟକ ସଦର ଅଞ୍ଚଳର ତିନି ପ୍ରମୁଖ କଲେଜର ବରିଷ୍ଠ ଶିକ୍ଷାବିତମାନେ ହେଲେ ପରିଚାଳନା ସମିତି ସଭାପତି

କଟକ ସଦର,୨୯/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଲେଜ ମାନଙ୍କରେ ଶୈଖିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଏବଂ ପ୍ରଶାସନିକ କାର୍ଯ୍ୟଭାର ଲାଘଵ ପାଇଁ …

Leave a Reply

Your email address will not be published. Required fields are marked *