Sunday , November 28 2021
Breaking News
Home / ବିଶେଷ / ୧୯୮୩ ମସିହା ମ୍ୟାଟ୍ରିକ୍ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ

୧୯୮୩ ମସିହା ମ୍ୟାଟ୍ରିକ୍ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ

ବାଲିଗୁଡା,୨୧/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟରୁ ୧୯୮୩ ମସିହା ବରିଷ୍ଠ ବିଭାଗରୁ ମ୍ୟାଟ୍ରିକ୍ ପାସ୍ କରିଥିବା ପୁରାତନ ଛାତ୍ରମାନଙ୍କ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ  ନିକଟସ୍ଥ କୁଡୁତୁଲି ନଦୀକୂଳରେ ପ୍ରାକୃତିକ ପରିବେଶରେ ୫ମ ଥର ପାଇଁ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଭୁବନେଶ୍ୱରରେ ରହୁଥିବା ହୃଷିକେଶ ପାତ୍ର, ନୂଆଦିଲ୍ଲୀରୁ ସଚ୍ଚିଦା ନନ୍ଦ ପାଢ଼ୀ, ବାଲିଗୁଡ଼ାରୁ ଅଧ୍ୟାପକ ଡଃ.ବିଭୂତି ଭୂଷଣ ଆଚାର୍ଯ୍ୟ, ଅଶୋକ କୁମାର ପଟ୍ଟନାୟକ ସୁଦର୍ଶନ ଚୌଧୁରୀ, ଶ୍ରୀନିବାସ ରାଓ,  ରାଜକିଶୋର ଦାସ, ସୁରେନ୍ କୁମାର ଦାଶ, ରାଜକିଶୋର ପାଣିଗ୍ରାହୀ, ରଘୁନାଥ ମହାପାତ୍ର , ଫୁଲବାଣୀରୁ ସନ୍ନ୍ୟାସୀ ଦିଗାଳଙ୍କ ସମେତ  ସେମାନଙ୍କ ପରିବାର ଯୋଗ ଦେଇ ଅତୀତ ର ସ୍ମୃତି ଚାରଣ କରିଥିଲେ। ଓଡିଶା ସମାଚାର

About admin

Check Also

ବିଶ୍ୱାସ ବଜାୟ ରଖନ୍ତୁ -ଶ୍ରୀ ଅଖଣ୍ଡ

ପରଂବ୍ରହ୍ମଙ୍କ ପାଖରେ ପରମପିତାଙ୍କୁ ପ୍ରତ୍ୟେକ୍ଷ ଭାବେ ଦର୍ଶନ କରି ଭକ୍ତମାନେ ସବୁକିଛି ସମର୍ପଣ କରିଦିଅନ୍ତି । ତନ, ମନ ଓ …

Leave a Reply

Your email address will not be published. Required fields are marked *