Tuesday , August 9 2022
Breaking News
Home / ବିଶେଷ / ସ୍ୱର୍ଗତ ସଂଗ୍ରାମ ଆକୁଳ ଚନ୍ଦ୍ର ସେଠୀଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ସ୍ୱର୍ଗତ ସଂଗ୍ରାମ ଆକୁଳ ଚନ୍ଦ୍ର ସେଠୀଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର ,୨୧/୧୧/୨୦୨୧(ଓଡ଼ିଶା ସମାଚାର)- ଉତ୍କଳ ରଜକ ମହାସଂଘର ପୂର୍ବତନ ମୁଖ୍ୟ ସାଧାରଣ ସମ୍ପାଦକ ତଥା ଉତ୍କଳ ସମ୍ମିଳନୀର ପୂର୍ବତନ ସମ୍ପାଦକ ସ୍ୱର୍ଗତ ସଂଗ୍ରାମ ଆକୁଳ ଚନ୍ଦ୍ର ସେଠୀଙ୍କ ଏକାଦଶାହ ଅବସରରେ ଆୟୋଜିତ ଶୋକସଭାରେ ମହାସଂଘର ସଭାପତି ହରିହର ସେଠୀ ସଭାପତିତ୍ୱ କରିଥିଲେ । ବୁଦ୍ଧବିହାରଠାରେ ଅନୁଷ୍ଠିତ ଶୋକସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭଜମନ ବେହେରା ପହଂଚିବା କ୍ଷଣି ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋକସଭାରେ ଅମର ଆତ୍ମାର ସଦଗତି କାମନା କରାଯିବା ସହିତ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅଦ୍ୱୈତ କୁମାର ପାତ୍ର, ଉପସଭାନେତ୍ରୀ ଉଷାରାଣୀ ମହାନ୍ତି, ଅଶୋକ ଦାସ, ସାଧାରଣ ସମ୍ପାଦକ ଆଡ଼ଭୋକେଟ୍ ଅନନ୍ତ ପ୍ରସାଦ ଜେନା, ଭୁବନେଶ୍ୱର ଶାଖା ସଭାପତି ହରେକୃଷ୍ଣ ଦାସ, ସମ୍ପାଦକ ନିରଞ୍ଜନ ପଣ୍ଡା, ଦଳିତ ନେତା ଲକ୍ଷ୍ମଣ ମଲ୍ଲିକ, ବାନାମ୍ବର ସେଠୀ, ଆଡ଼ଭୋକେଟ୍ ବିଭୂତି ଭୂଷଣ ସେଠୀ, ରବିନାରାୟଣ ସେଠୀ, ନାରୀନେତ୍ରୀ ସୁଲୋଚନା ଦାସ ପ୍ରମୁଖ ସ୍ମୃତିଚାରଣ କରି ସ୍ୱର୍ଗତ ସେଠୀଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ରାଜ୍ୟରୁ ପ୍ରାୟ ଏକ ଶହରୁ ଅଧିକ ରଜକ ପ୍ରତିନିଧି ଯୋଗଦେଇ ତାଙ୍କ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟ ଉପଦେଷ୍ଟା ନରେନ୍ଦ୍ର କୁମାର ସେଠୀ ଧନ୍ୟବାଦ ଦେଇଥିଲେ ବୋଲି ସଭା ସଂଚାଳନ କରୁଥିବା ସମ୍ପାଦକ ନଗରବନ୍ଧୁ ମାନଗୋବିନ୍ଦ ସେଠୀ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.