Sunday , December 5 2021
Home / ବିଶେଷ / ସାମାଜିକ କର୍ମୀ ବୃନ୍ଦାବନ ଦାସଙ୍କ ବିୟୋଗରେ ଶୋକ

ସାମାଜିକ କର୍ମୀ ବୃନ୍ଦାବନ ଦାସଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୧(ଓଡ଼ିଶା ସମାଚାର)- କନ୍ଦ୍ରୋପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ପଂଚାୟତର ସାମାଜିକ କର୍ମୀ ଓ ବିଜୁ ଜନତା ଦଳର ଯୁବନେତା ବୃନ୍ଦାବନ ଦାସଙ୍କର ୫୪ବର୍ଷ ବୟସରେ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି ।  ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କାରଣରୁ ତାଙ୍କୁ ପ୍ରଥମେ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳର ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ବିଧାୟକ ଶଶି ଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡଃ. ସିପ୍ରା ମଲ୍ଲିକ,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,  ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ସମ୍ପାଦକ ପ୍ରଣବ କୁମାର ଜେନା, ମହାକାଳପଡା ବିକାଶ ମଂଚ ସଭାପତି କାଶୀନାଥ ରାଉତରାୟ, କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଂଚର ସମ୍ପାଦକ ଇଂ ସୌମ୍ୟରଞ୍ଜନ ବିଶ୍ୱାଳ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ଦାସଙ୍କ ବିୟୋଗ ଖବର ପାଇ ୧୯୮୩ ହାଇସ୍କୁଲ ପରୀକ୍ଷା ବ୍ୟାଚର ସହପାଠୀ ଦିଲ୍ଲିପ କୁମାର ଥାଟୋଇ, ଅଧ୍ୟାପକ ପ୍ରଦୀପ ରାଉତ, ପ୍ରାକ୍ତନ ସରପଂଚ ବିଜନ କୁମାର ମଲିକ, ପ୍ରମୋଦ କୁମାର ପତି, ଶଶୀଭୂଷଣ ପଣ୍ଡା, ରାମ ନାରାୟଣ ସିଂହ, ଜ୍ଞାନେନ୍ଦ୍ର ବାରିକ, ପ୍ରଦିପ ସାହୁ, ସେକ ମଇବୁର ରବ, ପ୍ରଭାତ କୁମାର ମହାରଣା, ବିଜୟ ସାହାଣୀ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମସାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ାରେ ଜୱାଦ ବାତ୍ୟା ପାଇଁ ୪୮୨ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ପଶ୍ଚିମ କେନ୍ଦ୍ରୀୟ ବେଙ୍ଗାପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା …

Leave a Reply

Your email address will not be published. Required fields are marked *