ପାରାଦ୍ୱୀପ,୨୧/୧୧/୨୦୨୧(ଓଡ଼ିଶା ସମାଚାର)-ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ୯୬ତମ ଜନ୍ମବାର୍ଷିକୀ ଉପଲେକ୍ଷ ଶ୍ରୀ ସତ୍ୟସାଇ ସେବା ସମିତି, ପାରାଦ୍ୱୀପ ଆନୁକୁଲ୍ୟରେ ପ୍ରେମ ସଞ୍ଜୀବନୀ ଶୀର୍ଷକ ନାମରେ ୨୧ ତାରିଖରେ ସତ୍ୟସାଇ ମନ୍ଦିରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୭୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ପାରାଦ୍ୱୀପ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଓ ତାଙ୍କ ଧର୍ମପତ୍ନୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବୈଦିକ ପ୍ରାର୍ଥନା, ପ୍ରଦୀପ ପ୍ରଜ୍ଜ୍ୱଳନ ଓ ସେବାକାର୍ଯ୍ୟର ଭୂୟସୀ ପ୍ରସଂଶା କରିଥିଲେ । ଏହି ଶିବିରକୁ ଶ୍ରୀ ସତ୍ୟସାଇ ସଙ୍ଗଠନ ଓଡ଼ିଶା ଟ୍ରଷ୍ଟର ଆବାହକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ସଙ୍ଗଠନର ଜଗତସିଂହପୁର ଜିଲ୍ଲା ସଭାପତି ଦାମୋଦର ସ୍ୱାଇଁ, ସେବା ସମିତିର ଆବାହକ ଦାଶରଥି ପୃଷ୍ଟି, ପ୍ରଶାନ୍ତ କୁମାର ମହାରଣା, ମହେଶ୍ୱର ନାୟକ, ମହେନ୍ଦ୍ର କୁମାର ଲେଙ୍କା, ପ୍ରଭାକର ମିଶ୍ର ତଥା ସମିତିର ଅନ୍ୟ ଭାଇ ଓ ଭଉଣୀ ମାନେ ସୁପରିଚାଳନା କରିଥିଲେ । ଓଡ଼ିଶା ସମାଚାର