Thursday , December 2 2021
Breaking News
Home / ସ୍ୱାସ୍ଥ୍ୟ / ମେଡିକାଲ କଲେଜ ପ୍ରତିଷ୍ଠା କ୍ରୀୟାନୁଷ୍ଠାନ କମିଟି ଘର ଘର ବୁଲିବ

ମେଡିକାଲ କଲେଜ ପ୍ରତିଷ୍ଠା କ୍ରୀୟାନୁଷ୍ଠାନ କମିଟି ଘର ଘର ବୁଲିବ

କେନ୍ଦ୍ରାପଡ଼ା,୨୧/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଆନ୍ଦୋଳନକୁ ଅଧିକ ଜୋରଦାର କରିବା ପାଇଁ କର୍ମକର୍ତାମାନେ ଜିଲ୍ଲାର ସମସ୍ତ ପଂଚାୟତର ସରପଂଚ ଏବଂ ବ୍ଲକ ଅଧ୍ୟକ୍ଷମାନଙ୍କ ସହଯୋଗ ଲୋଡିଛନ୍ତି । ଏଥିସହିତ କ୍ରୀୟାନୁଷ୍ଠାନ କମିଟି ଏହି ଦାବି ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଘରକୁ ଘର ବୁଲିବାକୁ ନିଷ୍ପତି ନେଇଛି । ଏଥିପାଇଁ ଆସନ୍ତା ନଭେମ୍ବର ୨୯ତାରିଖରେ ଏକ ବଡ ଧରଣର ପ୍ରସ୍ତୁତି ବୈଠକ କରାଯିବା ପାଇଁ ସ୍ଥିର ହୋଇଛି । ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଆବାହକ ଗୟାଧର ଧଳ, ଆଦିକନ୍ଦ ରାଉଳ, ଅମୀୟ ନାୟକ, ଭାଗିରଥୀ ଜେନା, ରାଜକିଶୋର ବିଶ୍ୱାଳ, ଅମର ପ୍ରସାଦ ରାଉତ, ବୈଷ୍ଣବ ସ୍ୱାଇଁ, ଗୋଲଖ ସେଠୀ, ଅଧ୍ୟାପକ ଗୋଲଖ ପ୍ରସାଦ ମହାଭୋଇ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୯୭ କରୋନା ସଂକ୍ରମିତ ଚିହ୍ନଟ , ୨୫ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର ,୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *