ବାଲିଗୁଡ଼ା,୨୧/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଳକର ରୁଦାଙ୍ଗିଆ ଘାଟିରେ ଅଟୋ ଓଲଟି ଚାଳକଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି । ରବିବାର ଦିନ ଟିକାବାଲି ବ୍ଲକ ଟପରବାଲି ଗ୍ରାମର କିଛି ଗ୍ରାମବାସୀ ରାଇକିଆ ବ୍ଲକ ଦିଗୀ ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ । ସନ୍ଧ୍ୟା ସମୟରେ ଅଟୋ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ରୁଦାଙ୍ଗିଆ ଘାଟିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହା ଫଳରେ ସେଥିରେ ବସିଥିବା ରୋହନ କୁମାର ପ୍ରଧାନ (ଶିଶୁ), ରାହୁଲ ପ୍ରଧାନ(ଶିଶୁ), ସୀମାଞ୍ଚଳ ପ୍ରଧାନ (ଅଟୋ ଚାଳକ), ସନ୍ଦୀପ ପ୍ରଧାନ(ଶିଶୁ), ଶାଶୀମାଇ ପ୍ରଧାନ(ବୃଦ୍ଧା), ଉମେଶ କହଁର (ଶିଶୁ), ଶର୍ମିଳା ପ୍ରଧାନ(ଯୁବତୀ) ଓ ଅନିମା କହଁର (ମହିଳା) ଆହତ ହୋଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇ ଥିଲା । ଓଡ଼ିଶା ସମାଚାର