କେନ୍ଦ୍ରାପଡ଼ା, ୨୧/୧୧/୨୦୨୧(ଓଡ଼ିଶା ସମାଚାର)-ଭାରତୀୟ ଜୀବନବୀମା ଅଭିକର୍ତା ମହାସଂଘ କଟକ ମଣ୍ଡଳ ପରିଷଦର କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଓ ପାରାଦୀପ ଜୀବନବୀମା ଶାଖା ଆନୁକୂଲ୍ୟରେ ୨୬ତମ ବାର୍ଷିକ ସାଧାରଣ ସଭା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଟକ ମଣ୍ଡଳ ପରିଷଦର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଲିଆଫିର ମହାସଚିବ ଏନ. ଗଜପତି ରାଓ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବମଧ୍ୟକ୍ଷେତ୍ରର କ୍ଷେତ୍ରୀୟ ସମ୍ପାଦକ ସରୋଜ କୁମାର ଶଙ୍ଖୁଆ, ଭାରତୀୟ ଜୀବନବୀମା କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମହାସଂଘ ପକ୍ଷରୁ ବୀମା ପ୍ରିମିୟମ ହ୍ରାସ କରାଯିବା, ପଲିସି ଓ ବିଳମ୍ବ ପ୍ରିମିୟମ ଜମା ଉପରୁ ଜିଏସଟି ଉଛେଦ, ପଲିସି ହୋଲଡରଙ୍କ ପାଇଁ ବୋନୋସ ବୃଦ୍ଧି, ଜୀବନବୀମା ଏଜେଂଟକଲ୍ୟାଣ ପାଣ୍ଠି ଗଠନ କରାଯିବା ପ୍ରଭୃତି ସମ୍ପର୍କରେ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । କଟକ ମଣ୍ଡଳର ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା କେନ୍ଦ୍ରାପଡା ଅଭିକର୍ତା ସଂଘ ସଭାପତି ନାରାୟଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର