Monday , December 6 2021
Breaking News
Home / ବିଶେଷ / ବି.ଏସ୍.ଏନ୍.ଏଲ ଏସ୍.ସି./ଏସ୍.ଟି କର୍ମଚାରୀ କଲ୍ୟାଣ ସଂଘର ସାଧାରଣ ଅଧିବେଶନ

ବି.ଏସ୍.ଏନ୍.ଏଲ ଏସ୍.ସି./ଏସ୍.ଟି କର୍ମଚାରୀ କଲ୍ୟାଣ ସଂଘର ସାଧାରଣ ଅଧିବେଶନ

ଭୁବନେଶ୍ୱର,୨୧/୧୧/୨୦୨୧(ଓଡ଼ିଶା ସମାଚାର)-ସ୍ୱୀକୃତିପ୍ରାପ୍ତ ବି.ଏସ୍.ଏନ୍.ଏଲ୍ ଏସ୍.ସି./ଏସ୍.ଟି କର୍ମଚାରୀ କଲ୍ୟାଣ ସଂଘର ପଂଚମ ଓଡ଼ିଶା ମଣ୍ଡଳ ସମ୍ମିଳନୀ ଓ ସାଧାରଣ ଅଧିବେଶନ ତା ୨୦.୧୧.୨୦୨୧ରିଖ ପୂର୍ବାହ୍ନ ୧୧.୩୦ ମିନିଟ୍ରେ ବାଣୀବିହାର ଆଂଚଳିକ ଦୂରସଂଚାର ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଭଗବାନ ବୁଦ୍ଧ ଓ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ୟୁ.ଏସ୍. ପଣ୍ଡା, ମୁଖ୍ୟ ମହାପ୍ରବନ୍ଧକ, ଓଡ଼ିଶା ଦୂରସଂଚାର ମଣ୍ଡଳ, ଭାରତ ସଂଚାର ନିଗମ ଲିମିଟେଡ଼, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସ, ସମ୍ମାନନୀୟ ଅତିଥି ଭାବରେ ଶ୍ରୀଯୁକ୍ତ ଏନ୍.ଡ଼ି. ରାମ, ସର୍ବଭାରତୀୟ ସାଧାରଣ ସମ୍ପାଦକ, ଦିଲ୍ଲୀ, ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ, ମୁଖ୍ୟ ପୃଷ୍ଠପୋଷକ, ଶ୍ରୀଯୁକ୍ତ ଧୀରେନ ପରିଡ଼ା, ସର୍କଲ ସମ୍ପାଦକ, ସର୍ବଭାରତୀୟ ଡିଗ୍ରୀଧାରୀ ଇଞ୍ଜିନୟର ଦୂରସଂଚାର ସଂଘ, ଓଡ଼ିଶା ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଦଳିତ, ଆଦିବାସୀ, ଗରିବ ଓ ଅସହାୟମାନଙ୍କ ଲାଗି ଥିବା ସାମ୍ବିଧାନିକ ବ୍ୟବସ୍ଥା ଓ ତାହାର କାର୍ଯ୍ୟକାରିତା ବିଷୟରେ ଓ ଭାରତ ସଂଚାର ନିଗମର ସ୍ଥିତି ଓ ଉନ୍ନତି ତଥା କର୍ମଚାରୀମାନଙ୍କ ସ୍ୱାର୍ଥ ଓ ସେବା ଯୋଗାଇ ଦେବା ବିଷୟରେ ବକ୍ତାମାନେ ବିସ୍ତୃତ ଆଲୋଚନା କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧିମାନେ ଯୋଗ ଦେଇ ଅଧିବେଶନଟିକୁ ସଫଳ କରାଇଥିଲେ ।
ଅପରାହ୍ନ ଅଧିବେଶନରେ ସାଙ୍ଗଠନିକ ଆଲୋଚନା ସହିତ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତା ଭାବେ ସର୍କଲ ସଭାପତି ସନ୍ତୋଷ କୁମାର ସେଠୀ, ସର୍କଲ ସମ୍ପାଦକ ପୁରୁଷୋତମ ମାଝୀ, ଅର୍ଥ ସମ୍ପାଦକ ପି.ସି. ଦାସ ଓ ମୁଖ୍ୟ ପୃଷ୍ଠପୋଷକ ଲକ୍ଷ୍ମଣ ମଲ୍ଲିକ, ପ୍ରମୁଖ ଉପଦେଷ୍ଟା ଅଚୁ୍ୟତାନନ୍ଦ ନାୟକ, ଉପଦେଷ୍ଟା ଭାବେ ଶ୍ରୀପତୀ ନାୟକ, ମନମୋହନ ଚୌଧୁରୀ, ହରିହର ସେଠୀ ସମୀକ୍ଷକ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ସର୍କଲ ଲିଆସନ୍ ଅଫିସର ତପସ୍ୱୀ ବେହେରା ନିର୍ବାଚନ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *