Saturday , August 13 2022
Breaking News
Home / ବିଶେଷ / ଜିଲ୍ଲା ବିଉଟିସିଆନ ଆସୋସିଏସନର ବୈଠକ

ଜିଲ୍ଲା ବିଉଟିସିଆନ ଆସୋସିଏସନର ବୈଠକ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବିଉଟିସିଆନ ଆସୋସିଏସନର ଏକ ବୈଠକ ଇଛାପୁରସ୍ଥିତ ଯାତ୍ରୀନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଓଡିଶା ବିଉଟିସିଆନ ୱେଲଫେୟାର  ଆସୋସିଏସନର ସଭାପତି ସୁପ୍ରୀୟା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ କହିଥିଲେ ଯେ କରୋନା ସମୟରେ ବିଉଟିସିଆନମାନେ ଯେଉଁ କ୍ଷତିଗ୍ରସ୍ତ ହୋଇଛନ୍ତି ତାହାର  କ୍ଷତିପୁରଣ ପାଇଁ ଆମ ସଂଗଠନକୁ ସୁଦୃଢ କରିବା ସହିତ ଆମକୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ । ଆସୋସିଏସନର ସମ୍ପାଦିକା ସୁନିତା ରାୟ, କୋର କମିଟି ସଦସ୍ୟା ମଧୁସ୍ମିତା ରାଉତ, ଇତିଶ୍ରୀ ମହାନ୍ତି, ମହମ୍ମଦ ମନୁଆର ଅଲ୍ଲୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲା ବିଉଟିସିଆନ ଆସୋସିଏସନର ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସେସବୁର ସାମୁହିକ ସମାଧାନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ସାମାଜିକ କାର୍ଯ୍ୟ କରିବା ପାଇଁ ଏକ ବିଉଟିସିଆନ ୱେଲଫେୟାର ଆସୋସିଏସନ ଗଠନ କରାଯିବାକୁ ବିଭିନ୍ନ ବ୍ଲକରୁ ଯୋଗଦେଇଥିବା ବିଉଟିସିଆନ ରୋଜାଲୀନ, ଡେଜିନା, ଜିନୁ, ରଶ୍ମୀ, ଝିଲି, ମିତା ପ୍ରମୁଖ ପ୍ରସ୍ତାବ ରଖିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.