Wednesday , December 1 2021
Breaking News
Home / ରାଜନୀତି / କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ କେନ୍ଦ୍ର ଜଳଶକ୍ତି ଓ ଜନଜାତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ୱରେ ଦୁହୁରିଆସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ବିଜେପିର ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଟୁଡୁ ଦଳୀୟକର୍ମୀମାନଙ୍କୁ ଆଗାମୀ ପଂଚାୟତ ନିର୍ବାଚନରେ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ସଂଗଠିତ ଭାବେ ଯଶ୍ୱସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ଆଧାର କରି ଏବଂ ବିଜେଡି ସରକାରର ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଲୋକମାନଙ୍କୁ ଅବଗତ କରାଇ ନିର୍ବାଚନୀ ବୈତରଣୀ ପାରି ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁନାକର ବେହେରା,ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ଉମାକାନ୍ତ ପଟ୍ଟନାୟକ, ବିଷ୍ଣୁ ପ୍ରସାଦ ଦାସ, ବୀକ୍ରମ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ କେନ୍ଦ୍ରାପଡା ତହସିଲ ଅଧିନସ୍ଥ ଜଜାଙ୍ଗ ଓ ଖମାରକେଶପୁରଗ୍ରାମର ଚାଷୀମାନେ ବିଷିବିଲ ପାଟରୁ ଜଳ ନିଷ୍କାସନର ସୁବ୍ୟବସ୍ଥା କରାଯିବା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅର୍ଥରାଶୀ ପ୍ରଦାନ କରାଯିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଚାଷୀମାନେ ଅଭିଯୋଗ କରିଥିଲେ ଯେ ଏହି ପାଟ ଉପରେ ୮/୧୦ଟି ପଂଚାୟତର ଚାଷୀମାନେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇଥିବା ବେଳେ ଜଳ ନିଷ୍କାସନ ହେଉନଥିବାରୁ ପ୍ରାୟ ବର୍ଷ ବର୍ଷ ଧରି ଫସଲ ନଷ୍ଟ ହୋଇଯାଉଛି । ବିଗତ ୪/୫ବର୍ଷ ହେବ ଲଗାତର ଭାବେ ଫସଲ ନଷ୍ଟ ହୋଇଯାଉଥିବାରୁ ଚାଷୀମାନେ ବିହନ ପାଇଁ ମଧ୍ୟ ମୁଠାଏ ଧାନ ପାଇପାରୁ ନାହାନ୍ତି । ଖରିଫ ଫସଲ ପାଇଁ ଏହି ପଂଚାୟତର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେବି ଫସଲ ନଷ୍ଟ ବାବଦ କ୍ଷତିପୁରଣ ସହାୟତା ପାଇନାହାନ୍ତି । ଏସମ୍ପର୍କରେ କେନ୍ଦ୍ରାପଡା ତହସିଲଦାର, ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଥିଲେବି କୈାଣସି ସୁଫଳ ମିଳିନାହିଁ । ତେଣୁ ବିଷିବିଲ ପାଟରୁ ଜଳ ନିଷ୍କାସନର ବ୍ୟବସ୍ଥା କରାଯିବା ସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତିପୁରଣ ପ୍ରଦାନର ବ୍ୟବସ୍ଥା କରାଯିବାକୁ ପ୍ରଦୀପ କୁମାର ତ୍ରିପାଠୀ, କେଶବ ଚରଣ ଦାସ, ବାସୁଦେବ ତ୍ରିପାଠୀ, ଚିତ୍ରସେନ ନାୟକ, ସୁଶାନ୍ତ ମହାନ୍ତି, ବସନ୍ତ ଦାସ, ନନ୍ଦ କିଶୋର ବେହେରା ପ୍ରମୁଖ ଚାଷୀମାନେ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ …

Leave a Reply

Your email address will not be published. Required fields are marked *