Tuesday , May 30 2023
Breaking News
Home / ରାଜନୀତି / କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କଲେ ଛାତ୍ର ବିଜେଡି କର୍ମୀ

କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କଲେ ଛାତ୍ର ବିଜେଡି କର୍ମୀ

ପ୍ରତାପ ଜେନାଙ୍କ ଗାଡିକୁ ଅଣ୍ଡାମାଡର ପ୍ରତିଶୋଧ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେସ୍ୱର ଟୁଡୁଙ୍କ ଗସ୍ତକୁ ବିରୋଧ କରି ଛାତ୍ର ବିଜେଡିର କର୍ମୀମାନେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ । ଶନିବାର ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି ଉପରକୁ ବିଜେପିକର୍ମୀମାନେ ଅଣ୍ଡାମାଡ  ଘଟଣାର  ପ୍ରତିଶୋଧ ବିଜେଡି ନେଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତିନିମୁହାଣି କଲେଜ ଛକ ନିକଟରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦିପ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଛାତ୍ର ବିଜେଡିର ଉପସଭାପତି ସ୍ୱରୂପ ରାଉତରାୟ, ଅଭିିଷେକ ସ୍ୱାଇଁ ପ୍ରମୁଖ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ତୁମେ ଫେରିଯାଅ ବୋଲି ନାରା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଗାଡି ଉପରକୁ  ଅଣ୍ଡାମାଡ କରିଥିବା ଦେଖାଯାଇଥିଲା । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ହୁ ହୁ ବଢୁଥିବା ବେଳେ ତାକୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା କେନ୍ଦ୍ର ସରକାର ବହୁ ପ୍ରତିକ୍ଷିତ ଗହଗା ପାଟର ଜଳ ନିଷ୍କାସନ ସମସ୍ୟା ଦେଖିବାକୁ ଆସିବା ସମ୍ପୂର୍ଣ୍ଣ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ  । ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ଗହଗା ପାଟରୁ ଜଳନିଷ୍କାନ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଖୁବ ଶୀଘ୍ର ତାହା କାର୍ଯ୍ୟକାରୀ ହେବାକୁ ଯାଉଛି । ତେଣୁ ଏଥିନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କ ଗ୍ରସ୍ତ ଯୋଗୁଁ ବିଜେପି କୈାଣସି ସୁଫଳ ପାଇବାର ଅବକାଶ ନାହିଁ । ଏହା କେବଳ ଏକ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ଗ୍ରସ୍ତ ବୋଲି ଛାତ୍ର ବିଜେଡି କହିଛି ।  ମନ୍ତ୍ରୀ ଶ୍ରୀ ଟୁଡୁ ଗାଡିରେ ଭୁବନେଶ୍ୱରରୁ ଦୁହୁରିଆ ଦେଇ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ହେଉଥିବା ଭାରତୀୟ ଜୀବନ ବୀମା ଅଭିକର୍ତା ମହାସଂଘର ବାର୍ଷିକ ସାଧାରଣ ସଭାରେ ଯୋଗ ଦେବାକୁ ଆସୁଥିବା ସମୟରେ ଛାତ୍ର ବିଜେଡି କର୍ମୀମାନେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.