Tuesday , June 6 2023
Breaking News
Home / ବିଶେଷ / କୃତି ଛାତ୍ର ଙ୍କୁ ସମ୍ବର୍ଦ୍ଧନା

କୃତି ଛାତ୍ର ଙ୍କୁ ସମ୍ବର୍ଦ୍ଧନା

ନିଶ୍ଚିନ୍ତକୋଇଲି, ୨୧/୧୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା )- ମାଟ୍ରିକ ପରୀକ୍ଷା ରେ ଏ -୧ଗ୍ରେଡ଼ ପାଇ କୃତିତ୍ୱ ଅର୍ଜନ କରିଥିବା କଲରାବାଙ୍କ ହାଇସ୍କୁଲ ର ଛାତ୍ର ଅବଦୁଲ ମତିନ ଖାଁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କଟକ ସଦର ନିର୍ବାଚନ ମଣ୍ଡଳୀ ର କଳମିଶ୍ରି ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ପଞ୍ଚାୟତ କଳାପରିଷଦ ପ୍ରାଙ୍ଗଣ ରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ପ୍ରମେୟ ପକ୍ଷରୁ ପ୍ରଦତ୍ତ ମେଡାଲ ଓ ପ୍ରମାଣ ପତ୍ର କୁ ପଞ୍ଚାୟତ କଳାପରିଷଦ ସଭାପତି ତଥା ବ୍ଲକ ବିଜେଡି କାର୍ୟ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ ପ୍ରଦାନ କରିଥିଲେ । ଅହି ଅବସର ରେ କୃତି ଛାତ୍ର ଙ୍କ ର ପିତା ଲିଆକତ ଅଲ୍ଲି ଖାଁ, ପର୍ୟ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, କଳାପରିଷଦ ସମ୍ପାଦକ ବିଶ୍ୱଜିତ ପରିଡା, ସନ୍ଦୀପ ସାମଲ , ରତିକାନ୍ତ ଭୂୟାଁ, ବିଳାସ ଭୋଇ, ଅକ୍ଷୟ ସାହୁ ଓ ଉଦୟ ନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ସମାଚାର

Leave a Reply

Your email address will not be published.