Saturday , August 20 2022
Breaking News
Home / ବିଶେଷ / ୩ ଅଟକ, ବନ୍ଧୁକ ଓ ଗୁଳି ଜବତ

୩ ଅଟକ, ବନ୍ଧୁକ ଓ ଗୁଳି ଜବତ

ଖୋର୍ଦ୍ଧା ୨୦/୧୧/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ବ୍ଲକ୍ ନିକଟସ୍ଥ ଏକ ମିଠା ଦୋକାନରେ ଖୋର୍ଦ୍ଧା ସ୍ପେଶାଲ ସ୍କ୍ବାଡର ଚଢାଉ । ମିଠା କିଣୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ସ୍ପେଶାଲ ସ୍କ୍ବାଡର ପୋଲିସ ଦ୍ବାରା ଅଟକ । ପୋଲିସ୍ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ୨ଟି ଗୁଳି ଜବତ କରିଛି । ଅଟକ ଯୁବକଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ଏକାଧିକ ମାମଲା ରହିଛି । ଅଟକ ଯୁବକମାନେ ନିରାକାରପୁର ଥାନା ଅଞ୍ଚଳର ସୁକାନ୍ତ ବଳିଆରସିଂହ ଓ ଇନ୍ଦ୍ରଜିତ ଏବଂ କାଇପଦର ଅଞ୍ଚଳର ବିଶ୍ବଜିତ ବାରିକ। ପୋଲିସ ତଦନ୍ତ ଜାରି ରଖିଛି । କୌଣସି ସ୍ଥାନରେ କିଛି ଅପରାଧୀକ କାର୍ଯ୍ୟ କରିବା ପାଇଁ ସେମାନେ ଏହି ମିଠା ଦୋକାନରେ ପ୍ରସ୍ତୁତ ହେଉଥିଲେ ବୋଲି ଶୁଣିବାକୁ ମିଳୁଛି । ଓଡ଼ିଶା ସମାଚାର

About admin

Check Also

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …

Leave a Reply

Your email address will not be published.