Saturday , June 3 2023
Breaking News
Home / ବିଶେଷ / ସରକାର କା ମାଲ ଦରିଆ ମେଁ ଡାଲ :ବାଲିଗୁଡା ଉପଖଣ୍ଡ ରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ : ୱାନ ସାଇଡ କଲ ସହ ଶୁଭୁନି

ସରକାର କା ମାଲ ଦରିଆ ମେଁ ଡାଲ :ବାଲିଗୁଡା ଉପଖଣ୍ଡ ରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ : ୱାନ ସାଇଡ କଲ ସହ ଶୁଭୁନି

ବାଲିଗୁଡ଼ା,୨୦/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା ଫେଲ୍ । ସରକାରୀ ଯୋଜନା ଜନ ହିତରେ ଜାରି । କିନ୍ତୁ ଜଣା ପଡୁନାହିଁ ଏଠି ସରକାର ଫେଲ୍ ନା କେନ୍ଦ୍ର ସରକାରଙ୍କ ବାବୁ ମାନେ ଫେଲ । ତୈଳ ଦରବୃଦ୍ଧି , ଖାଉଟି ସାମଗ୍ରୀ ଦରବୃଦ୍ଧି , ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ , ଏବେ ଆଉ ଏକ ଅଭିନବ ଉପାୟରେ କେନ୍ଦ୍ର ସରକାର ଲୁଟୁଥିବା ଅଭିଯୋଗ ହୋଇଛି। ତାହା ପୁଣି ଡିଜିଟାଲ ଇଣ୍ଡିଆର ନାଁ ରେ । ଅଭିଯୋଗ ହୋଇଛି କି ଲୋକ ଯାଇ ଚନ୍ଦ୍ର ପୃଷ୍ଠରେ ଜାଗା କିଣି ଘର ତିଆରି କରିବାକୁ ପ୍ରସ୍ତୁତ ହେଲେଣି, କିନ୍ତୁ ବାଲିଗୁଡ଼ା ଅଞ୍ଚଳରେ ବିଏସ୍ଏନ୍ଏଲ୍ ସେବା ଜନ ସାଧାରଣଙ୍କୁ ଉଚିତ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଯାଇଛି । ବାଲିଗୁଡ଼ା ଉପଖଣ୍ଡ କେବଳ , କନ୍ଧମାଳ ଜିଲ୍ଲା ର ବା ଓଡ଼ିଶାର କି ଭାରତ ବର୍ଷର ବଡ଼ ଉପଖଣ୍ଡ ନୁହେଁ ବରଂ ସମଗ୍ର ଏସିଆ ମହାଦେଶର ସର୍ବବୃହତ ଉପଖଣ୍ଡ କହିଲେ ଅତିଉକ୍ତି ହେବ ନାହିଁ । କିନ୍ତୁ ଏଠିକାର କେନ୍ଦ୍ର ସରକାରୀ ବାବୁ ଓ କର୍ମଚାରୀ ଙ୍କ ଅବହେଳା ନା ଆଉ କିଛି ସମସ୍ୟା ଜନସାଧାରଣ ବୁଝି ପାରୁନାହାନ୍ତି । ବିଏସ୍ଏନ୍ଏଲ୍ ରୁ ଫୋନ୍ କଲେ ଗୋଟିଏ ଥରରେ କେବେ ଫୋନ୍ ଲାଗୁନାହିଁ । ଫୋନ୍ ଆସିଥିଲେ ମଧ୍ୟ ଶୁଭୁ ନାହିଁ , ଆଉ ସବୁଠାରୁ ବଡ଼ ବିଷୟ ୨ଜି ରୁ ୪ଜି ହୋଇ ପାରିଲା ନାହିଁ । ସବୁ ବେଳେ ୨ଜି ରେ ହିଁ ରହିଗଲା । ଏହି ସବୁ ସମସ୍ୟା ର ସମାଧାନ ନ କରି କୁଆଡେ କେନ୍ଦ୍ର ସରକାର ଙ୍କ ବିଭାଗୀୟ କର୍ମଚାରୀ ମାନେ ଭୋକ ବିକଳରେ ତାଟିଆ କାମୁଡ଼ା ନିତି କରିବା ଅଭିଯୋଗ ହେଉଛି । ଏହି ସମସ୍ୟାର ସମାଧାନ ତୁରନ୍ତ ନ କଲେ ଘରୋଇ କମ୍ପାନୀ ଗୁଡିକ ମାଡି ବସିଲେ ବିଏସଏନଏଲ ସମଗ୍ର ଅଞ୍ଚଳରେ ଲୋପ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।ଏଣୁ ବେଳ ଥାଉ ଥାଉ ସମାଧାନ କରିପାରିଲେ ବିଏସଏନଏଲ ଗ୍ରାହକ ସନ୍ତୁଷ୍ଟ ହୋଇ ପାରିବେ କ୍ଷ ଅନ୍ୟଥା ଏପଟେ ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହେଉଥିବା ଜଣାପଡିଛି ।ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ଓଡିଶା ସମାଚାର

Leave a Reply

Your email address will not be published.