Wednesday , May 31 2023
Home / ବିଶେଷ /     ମିଶନ ଶକ୍ତି ଗୃହ ସ୍ଥାନ ନୀରୂପଣକୁ ବିରୋଧ କରି ରାସ୍ତା ଅବରୋଧ 

    ମିଶନ ଶକ୍ତି ଗୃହ ସ୍ଥାନ ନୀରୂପଣକୁ ବିରୋଧ କରି ରାସ୍ତା ଅବରୋଧ 

ରଘୁନାଥପୁର ୨୦/୧୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତରେ ମିଶନ ଶକ୍ତି ଗୃହ ସ୍ଥାନ ନୀରୂପଣକୁ ବିରୋଧ କରି ଜଇପୁର – ଜଗତସିଂହପୁର ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ଦୀର୍ଘ ୩ ଘଂଟା କାଳ ରାସ୍ତାର ଉଭୟ ପାଶ୍ୱର୍ରେ ଯାନ ବାହାନ ଯାତାୟତ ଠପ୍ ହୋଇ ଯାଇଥିଲା ।  ସୂଚନା ଯୋଗ୍ୟ କି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ମିଶନ ଶକ୍ତି ଗୃହ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଇନ୍ଦ୍ର ତନୟା ସାମଲଙ୍କ ନାମରେ କାର୍ଯ୍ୟାଦେଶ ଥାଇ କାମ ହେବାକୁ ଥିବାବେଳେ ଏହା ମୁଣ୍ଡିତିରା ଗ୍ରାମର ପ୍ଲଟ ନଂ ୧୫୫୯ ରେ ଥିବା ୪ ଡ଼ିସିମିଲ ଯାଗାରେ ଗୃହ ନାର୍ମାଣ ଲାଗି ଅନୁମୋଦନ ଲାଭ କରିଥିବାବେଳେ ଏହି ସ୍ଥାନକୁ ବାଦ ଦେଇ ପଂଚାୟତ କାର୍ଯ୍ୟାଳୟ ପଛପଟେ ଥିବା ସ୍ମଶାନ ନିକଟରେ ଏକ ଅସୁରକ୍ଷିତ ଯାଗାରେ ଲେ ଆଉଟ କରାଯାଇ ଗୃହ ନିର୍ମାଣ କରିବା ପାଇଁ ଉଦ୍ୟମ କରାଯାଉଛି । ଏ ସମ୍ପର୍କରେ ପଂଚାୟତ ମହାସଂଘର ସଭାପତି କିମ୍ବା ସମ୍ପାଦିକାଙ୍କୁ ନଯଣାଇ ଅସୁରକ୍ଷିତ ଯାଗାରେ ତିଆରି କରାଯାଉଥିବା ଗୃହ ନିର୍ମାଣକୁ ବିରୋଧ କରି ମହାସଂଘର ସଦସ୍ୟାମାନେ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ନକରିବାକୁ ରାଜ୍ୟ ସରକାର, ୫ଟି ସଚୀବ , ମିଶନ ଶକ୍ତି ସଚୀବ , ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ , ଜଗତସିଂହପୁର ଜିଲାପାଳ , ପିଡ଼ି ଡ଼ିଆରଡ଼ିଏ , ରଘୁନାଥପୁର ବିଡ଼ିଓ , ସିଡ଼ିପିଓ ଆଦିଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏପରିକି ବ୍ଲକ୍ ସହକାରୀ ଯନ୍ତ୍ରୀ ଅମିୟଚାନ୍ଦ ମଲିକ ଙ୍କୁ ମହାସଂଘର ସଭାନେତ୍ରୀ ଏବଂ ସ୍ଥାନୀୟ ସରପଂଚ ଏଠାରେ କାମ ନକରିବାକୁ ଅନୁରୋଧ କରିଥିଲେ । ଏସବୁକୁ ବେଖାତିର କରି ପୁଣି ସେହି ସ୍ମଶାନ ସ୍ଥାନରେ ଆଜି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଖବର ପାଇ ମହାସଂଘର ସଦସ୍ୟାମାନେ ଉକ୍ତ ସ୍ଥାନରେ ପହଂଚି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କୁ ଘଟଣାସ୍ଥଳକୁ ଆସିବା ପାଇଁ ଫୋନ ଯୋଗେ ଡ଼କାଇଥିଲେ । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ନଆସିବାରୁ ମହାସଂଘର ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ଜଇପୁର – ଜଗତସିଂହପୁର ରାସ୍ତା ଅବରୋଧ କରିଥିଲେ । ତେବେ ଦୀର୍ଘ ୩ ଘଂଟା ପରେ ଏବିଡ଼ିଓ ଅଶୋକ କୁମାର ମହାନ୍ତି ଘଟଣାସ୍ଥଳରେ ପହଂଚି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ସଂଘର ସଦସ୍ୟା ମାନଙ୍କ ସହିତ ଆଲୋଚନା କରାଯାଇ ଅନ୍ୟ ସ୍ଥାନରେ ଗୃହ ନିର୍ମାଣ କରାଯିବାକୁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।  ଏଥିରେ ସଂଘର ସଭାନେତ୍ରୀ ଜୟଶ୍ରୀ ଜେନା,ସମ୍ପାଦିକା ରଂଜିତା ବେହେରା,ମଧୁଛନ୍ଦା ଦାସ, ରୂପାଲୀ ଅପରାଜିତା ଦାସ, ଆରତି ସ୍ୱାଇଁ, ସ୍ମିତା ରାଣୀ ଚୌଧୁରୀ,ମନୋରମା ବାରିକ,ପ୍ରତିମା ମହାନ୍ତି , ଲିଲି ମହାନ୍ତି, ଶୁଭଲକ୍ଷ୍ମୀ ନାୟକ,ଯୋଗମାୟା ନାୟକ,ଲକ୍ଷ୍ମୀପ୍ରିୟା ସାହୁ, ଅନୁସୂୟା ରାୟ, କୁନ୍ତି ବେହେରା,ପ୍ରଜ୍ଞା ପରମିତା ରାୟ ଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.