Friday , September 22 2023
Breaking News
Home / ସ୍ୱାସ୍ଥ୍ୟ / ଭୁବନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯେଜନା ସ୍ମାଟ ର୍ହେଲ୍ଥ କାର୍ଡ ବଣ୍ଟନ

ଭୁବନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯେଜନା ସ୍ମାଟ ର୍ହେଲ୍ଥ କାର୍ଡ ବଣ୍ଟନ

ଭୁବନ ୨୦/୧୧/୨୦୨୧(ଓଡ଼ିଶା ସମାଚାର)- ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତାକୁ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରେ ଗଚ୍ଛିତ ଥିବା ବିପୁଳ କଳାଟଙ୍କା ସ୍ୱଦେଶକୁ ଆଣି ପ୍ରତ୍ୟେକ ନାଗରିକଙ୍କୁ ୧୫ ଲକ୍ଷଟଙ୍କା ଦେବେବୋଲି କହି ଦେଶବାସୀଙ୍କୁ ଭୂତାଇଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାସହ ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇଦେବା ଉଦ୍ଧେଶ୍ୟରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ବର୍ଷକୁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କୁ ୧୦ ଲକ୍ଷ ସମୁଦାୟ ୧୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରି ହେଲ୍ଥ କାର୍ଡ ବଣ୍ଟନ କରୁଛନ୍ତି । ମୋଦି ଭୂତେଇ ଥିଲେ, ଆଉ ନବୀନ ବାବୁ ବାସ୍ତବରେ ୧୫ ଲକ୍ଷଟଙ୍କା ଦେଲେ ବୋଲି ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ମାର୍ଟକାର୍ଡ ବଣ୍ଟନ ଉତ୍ସବରେ ମତବ୍ୟକ୍ତ କରିବା ମାତ୍ରେ ସଭାସ୍ଥଳ ହରିବୋଲ,ହୁଳହୁଳି ଓ କରତାଳିରେ ପ୍ରକମ୍ପିତ ହୋଇପଡିଥିଲା । ଢେଙ୍କାନାଳ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯେଜନା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଭୁବନ ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ମାର୍ଟକାର୍ଡ ବଣ୍ଟନ ଆରମ୍ଭ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟକ୍ରୀଡା ଓ ଯୁବବ୍ୟାପାର ଅଧ୍ୟକ୍ଷ ତଥା ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଯୋଗଦେଇ ନବୀନ ବାବୁ କଥା ନୁହେଁ କାମରେ ବିଶ୍ୱାସ କରନ୍ତି ,ଆଉ ତାଙ୍କ କାମହିଁ କଥା କୁହେ । ଓଡିଶାର ବିକାଶ ଓ ନବୀନ ବାବୁ ଙ୍କ ଦ୍ରୁତ ଲୋକପ୍ରିୟତାରେ ଅସହିଷ୍ଣୁ ହୋଇପଡି ବିଜେପି ବିରୋଧ କରୁଛିବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ତହସିଲଦାର ପ୍ରଭାସ କୁମାର ବେହୁରା,ବିଡିଓ ଆଶୀର୍ବାଦ ପରିଡା,୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାଶ,୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ମାଳତୀ ନାୟକ,ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ବ୍ଲକ ପ୍ରତିନିଧି ତଥା ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ବାଲିବୋ ସରପଂଚ ସନ୍ତୋଷ କୁମାର ଖୁଣି୍ଟଆ ସଭା ପରିଚାଳନା କରିଥିଲେ । ପଦ୍ମିନୀ ମହାରଣା ନାମକ ଜନୈକା ମହିଳାଙ୍କୁ ପ୍ରଥମେ ସ୍ମାର୍ଟକାର୍ଡ ପ୍ରଦାନ କରାଯାଇଥିଲା ଓ ସେ ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ଅପରାହ୍ନରେ ଭୁବନ ଏନଏସି ତରଫରୁ ବାଜିରାଉତ କଲ୍ୟାଣ ମଣ୍ଡପ ରେ ସ୍ମାର୍ଟହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୁବନ ଏନଏସିରେ ସମୁଦାୟ ୫୩୧୮ଏବଂ ବ୍ଲକରେ୨୪୫୫୬ଜଣଙ୍କୁ ସ୍ମାର୍ଟହେଲ୍ଥ କାର୍ଡ ମିଳିବବୋଲି ସୂଚନା ଦିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *