Sunday , December 5 2021
Home / ଶିକ୍ଷା / ବିଦ୍ୟାଳୟ ଗୃହ ବାରଣ୍ଡାରେ ମଦ ବୋତଲ, ବୋତଲ ଭଙ୍ଗା କାଚ

ବିଦ୍ୟାଳୟ ଗୃହ ବାରଣ୍ଡାରେ ମଦ ବୋତଲ, ବୋତଲ ଭଙ୍ଗା କାଚ

ଛାତ୍ୟଛାତ୍ରୀମାନଙ୍କ ବିକ୍ଷୋଭ,ବିଦ୍ୟାଳୟ ଶ୍ରେଣୀ ଶିକ୍ଷା ବର୍ଜ୍ଜନ

ଗରଦପୁର, ୨୦/୧୧/୨୦୨୧(ଓଡ଼ିଶା ସମାଚାର)- ପ୍ରାଚୀର ନ ଥିବା ଏକ ବିଦ୍ୟାଳୟ ଗୃହ ବାରଣ୍ଡାରେ ମଦ ବୋତଲର ଭଙ୍ଗା କାଚ ,ଅଇଁଠା ପତ୍ର,ପରିତ୍ୟକ୍ତ କାଗଜ,ଜରି ସିଗାରେଟ ଖୋଳ ଆଦି ପଡି ରହିଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ଶ୍ରେଣୀ ଗୃହକୁ ପ୍ରବେଶ କରି ନ ପାରି ବିଦ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଘରକୁ ଫେରିଯାଇଛନ୍ତି । ପ୍ରକାଶ ଯେ, ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମ୍ମୁଦା ଗ୍ରାମ ରାସ୍ତା ପାଶ୍ୱର୍ରେ କାଳିଆ ନଟବର ହାଇସ୍କୁଲ ରହିଛି । ଏହି ବିଦ୍ୟାଳୟ ପରିସରରେ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି । ଏହାର ପ୍ରାଚୀର ନିର୍ମାଣ କରାଯାଇ ନାହିଁ । ଫଳରେ ଅସାମାଜିକ ଯୁବକମାନେ ସନ୍ଧ୍ୟା ସମୟରେ ବିଦ୍ୟାଳୟ ବାରଣ୍ଡାରେ ବସି ମଦ୍ୟପାନର  ଆସର ଜମାଇ ଦେଉଛନ୍ତି । ଗତକାଲି ରାତିରେ କେତେକ ଅସାମାଜିକ ବ୍ୟକ୍ତି/ ମଦ୍ୟପ   ବିଦ୍ୟାଳୟ ବାରଣ୍ଡାରେ ମଦ ବୋତଲ ଭାଙ୍ଗି କାଚଗୁଡିକୁ ବିକ୍ଷିପ୍ତ ଅବସ୍ଥାରେ ପକାଇଛନ୍ତି । ଏହା ସହିତ କେତେକ ଖାଲି ଥିବା ମଦ ବୋତଲ,ମଦ ବୋତଲର ଖୋଳ,ସିଗାରେଟ୍ ଖୋଳ,ଦିଆସିଲ ଖୋଳ,ଅଇଁଠା ପତ୍ର,ପରିତ୍ୟକ୍ତ ଜରି ଓ ନୁଡୁଲସ୍ କମ୍ପାନୀର ଖାଲି ଜରିଗୁଡିକ ଏଣେତେଣେ ବିକ୍ଷିପ୍ତ ଅବସ୍ଥାରେ ପଡି ରହିଛି । ଆଜି ବିଦ୍ୟାଳୟ ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟତ୍ରୀମାନେ ବିଦ୍ୟାଳୟକୁ ଆସି ଏହାକୁ ଦେଖି ବିଦ୍ୟାଳୟ ଗୃହକୁ ପ୍ରବେଶ କରି ନ ଥିଲେ । କାଚ ଗୁଣ୍ଡ ଗୁଡିକ ଶ୍ରେଣୀ ଗୃହ ସମ୍ମୁଖରେ ବହୁଳ ପରିମାଣରେ ବିଛାଇ ହୋଇ ପଡିଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୋଡରେ ଆଘାତ ଲାଗିବା ଆଶଙ୍କାରେ ବିଦ୍ୟାଳୟ ଗୃହକୁ  ଖୋଲି  ନ ଥିଲେ । ଫଳରେ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହ ସମ୍ମୁଖ ରେ ଏକ ଘଂଟା ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବରପାଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନାଦି ଚରଣ ମହାନ୍ତି ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଂଚି ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀମାନେ ଘରକୁ ଫେରି ଯାଇଥିଲେ । ଛାତ୍ରଛାତ୍ରୀମାନେ ଘରକୁ ଫେରିଯିବା ପରେ ଶିକ୍ଷକ/ଶିକ୍ଷୟତ୍ରୀମାନେ ମଧ୍ୟ ଘରକୁ  ଫେରିଯାଇଥିଲେ । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୂର୍ଗା ଚରଣ ପାଲ ପାଟକୁରା ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଏହି ବିଦ୍ୟାଳୟରେ ପ୍ରାଚୀର ନିର୍ମାଣ କରାଯିବା ପାଇଁ ଦୀର୍ଘ ଏକ ବର୍ଷରୁ ଉଦ୍ଧ୍ୱର୍ ସମୟ ହେଲା ଚାରି ପାଶ୍ୱର୍ରେ ନିଅଁ ଖୋଳାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରାଚୀର ନିର୍ମାଣ କରାଯାଇ ପାରି ନାହିଁ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ସଂକ୍୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ

ଢେଙ୍କାନାଳ, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଢେଙ୍କାନାଳ ର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ଜଣ …

Leave a Reply

Your email address will not be published. Required fields are marked *