କଳାହାଣ୍ଡି ୨୦/୧୧/୨୦୨୧(ଓଡିଶା ସମାଚର /ସଂଜୟ ସିଂହ)- ସରକାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ବିକାଶ ର ନାରା ଦେଉଛନ୍ତି ଓ ଛୁଆ ପେଟରେ ଥିବା ଠାରୁ ଆରମ୍ଭ କରି ମୃତ୍ୟୁ ଯାଏଁ ସମସ୍ତ ସୁବିଧା କରା ଯାଉଅଛି ବୋଲି ଭାଷଣ ବାଜି ମାରୁଛନ୍ତି । ହେଲେ ବର୍ତ୍ତମାନ ତାହାର ବ୍ୟତିକ୍ରମ ଦେଖିବା କୁ ମିଳିଛି । ଡାକ୍ତର ଖାନାରେ ଜଣେ ଗରିବ ମହିଳାଙ୍କ ମୃତ୍ୟୁ ପରେ ଶବ ବାହକ ବା ଶେଷ ଯାତ୍ରା ଗାଡ଼ି ମଧ୍ୟ ମିଳିପାରିଲା ନାହିଁ ।ଶେଷରେ ମୋଟର ସାଇକେଲ ରେ ବୋହି ଶବକୁ ଗାଁ କୁ ନେବାକୁ ପଡିଥିଲା ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ର ପାର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପୁଣି ଦାନମାଝି ଘଟଣାର ପୁନରାବୃତ୍ତି ହୋଇଛି । ଶବ ବାହକ ବା ଶେଷଯାତ୍ରା ଗାଡି ନ ମିଳିବାରୁ ମୋଟର ସାଇକଲ ରେ ବୁହା ହେଲା ମହିଳା ଙ୍କ ଶବ ଏଭଳି ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ଆଜି ପର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ । ଶବ ନେବା ପାଇଁ କୌଣସି ଆମ୍ବୁଲାନ୍ସ କିମ୍ବା ଗାଡ଼ି ନ ମିଳିବାରୁ ଦୀର୍ଘ ଦଶ କିଲୋମିଟର ପର୍ୟ୍ୟନ୍ତ ମୋଟର ସାଇକଲ ରେ ଶବ ବୋହି ବେହେରା ଗୁଡା ପର୍ୟ୍ୟନ୍ତ ନେଇଥିଲେ । ସୁଚନା ମତେ ଆଜି ସକାଳୁ କରନ ବେମାଲ ନାମକ ଜଣେ ବୃଦ୍ଧା ମହିଳା ଙ୍କ ଦେହ ଅସୁସ୍ଥ ହେବାରୁ ନିକଟସ୍ଥ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଅଣାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଘରକୁ ଶବ ଆଣିବା ପାଇଁ ମେଡ଼ିକାଲ ରେ ଆମ୍ବୁଲାନ୍ସ ସୁବିଧା ନାହିଁ ବୋଲି ଡାକ୍ତର ଓ କର୍ମଚାରୀ ମାନେ କହିଥିଲେ । ଏଠା ରୁ ତୁରନ୍ତ ଶବ ନେଇଯିବା ପାଇଁ ବାଧ୍ୟ କରିଥିବାରୁ ଏକ ମୋଟର ସାଇକଲ ଯୋଗେ ବାଧ୍ୟ ହୋଇ ଦୀର୍ଘ ଦଶ କିଲୋମିଟର ବେହେରାଗୁଡ଼ା ଗ୍ରାମକୁ ନେଇ ଥିଲେ ।ଓଡିଶା ସମାଚର