Sunday , December 5 2021
Home / ବିଶେଷ / ଜରା ନିବାସ ଅନ୍ତେବାସୀଙ୍କୁ ଶୀତ ବସ୍ତ୍ର ବଂଟନ

ଜରା ନିବାସ ଅନ୍ତେବାସୀଙ୍କୁ ଶୀତ ବସ୍ତ୍ର ବଂଟନ

ପାରାଦୀପ,୨୦/୧୧/୨୦୨୧(ଓଡ଼ିଶା ସମାଚାର)-ଶୀତ ଦିନରେ ସମସ୍ତଙ୍କର ଶୀତ ବସ୍ତ୍ରର ଆବଶ୍ୟକତା ଥାଏ । ଗୃହଶୂନ୍ୟ, ମାନସିକ ବିକାରଗ୍ରସ୍ତ ତଥା ଜରା ନିବାସର ଅନ୍ତେବାସୀମାନେ ଶୀତ ଦିନର ହାଡଭଙ୍ଗା ଶୀତରେ କାଳାତିପାତ କରିଥାନ୍ତି । ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ମନସା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଜରାନିବାସରେ ସମୟ ଅତିବାହିତ କରୁଥିବା ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯିବାର ଯୋଜନା କରାଯାଇଥିଲା । ପବିତ୍ର କାର୍ତୀକ ପୂର୍ଣ୍ଣୀମା ଅବସରରେ ଟ୍ରଷ୍ଟର ସ୍ୱେଛାସେବୀ ମାନେ ଏହାର ଅଧ୍ୟକ୍ଷ ମୃତ୍ୟୂଂଜୟ ମିଶ୍ରଙ୍କ ଦିଗ୍ ଦର୍ଶନରେ ପାରାଦୀପ ଦୋଛକି ନିକଟସ୍ଥ ସାଇ ଓ ରାମ ଜରାନିବାସରେ ପହଂଚିଥିଲେ । ପାରାଦୀପ ଲେଡିଜ୍ କ୍ଲବ୍ ର ସଭାନେତ୍ରୀ ପି.ଗିରିଜା ସୁନ୍ଦରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜରାନିବାସର ଅନ୍ତେବାସୀଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ରହୁଥିବା ଗୃହଶୂନ୍ୟ, ମାନସିକ ବିକାରଗ୍ରସ୍ତ ତଥା ଜରା ନିବାସର ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବାର ଲକ୍ଷ୍ୟ ରହିଛି ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ାରେ ଜୱାଦ ବାତ୍ୟା ପାଇଁ ୪୮୨ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ପଶ୍ଚିମ କେନ୍ଦ୍ରୀୟ ବେଙ୍ଗାପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା …

Leave a Reply

Your email address will not be published. Required fields are marked *