ପାରାଦୀପ,୨୦/୧୧/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଉପକଣ୍ଠ ଭୁତୁମୁଣ୍ଡାଇ ଗ୍ରାମର ବଳରାମ ପ୍ରଧାନ ଦୀର୍ଘ ଦିନ ହେବ କ୍ୟାନସରରେ ପୀଡିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ତାଙ୍କର ଏହି ଅସମୟରେ ପାରାଦୀପ ଓ ଭୁତମୁଣ୍ଡାଇ ସାରଥୀ ପରିବାର ପକ୍ଷରୁ ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶୁକ୍ରବାର ଦିନ ବଳରାମଙ୍କ ଘରେ ପହଂଚି ସଦସ୍ୟମାନେ ଏହି ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଓଡ଼ିଶା ସମାଚାର