Saturday , August 13 2022
Breaking News
Home / ବିଶେଷ / ଓଡିଶା ନିର୍ମାଣ ମଜଦୁର ସଭାର କ୍ଷମତାପ୍ରାପ୍ତ ସଦସ୍ୟ ହେଲେ ଯୁବନେତା ତ୍ରିଲୋଚନ

ଓଡିଶା ନିର୍ମାଣ ମଜଦୁର ସଭାର କ୍ଷମତାପ୍ରାପ୍ତ ସଦସ୍ୟ ହେଲେ ଯୁବନେତା ତ୍ରିଲୋଚନ

କେନ୍ଦ୍ରାପଡ଼ା, ୨୦/୧୧/୨୦୨୧(ଓଡ଼ିଶା ସମାଚାର)-ହିନ୍ଦ ମଜଦୁର ସଭା ଦ୍ୱାରା ଅନୁ ବନ୍ଧିତ ଓଡିଶା ନିର୍ମାଣ ମଜଦୁର ସଭା ପକ୍ଷରୁ କେନ୍ଦ୍ରାପଡାର ଯୁବନେତା ତ୍ରିଲୋଚନ ଦାସଙ୍କୁ କ୍ଷମତାପ୍ରାପ୍ତ ସଦସ୍ୟ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି । ଯୁବନେତା ଶ୍ରୀ ଦାସ ନିର୍ମାଣ ଶ୍ରମିକମାନଙ୍କୁ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ହିତାଧିକାରୀ ଭାବେ ପଞ୍ଜିକରଣ ନିମନ୍ତେ ନିଯୁକ୍ତି ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରିପାରିବେ ବୋଲି  ଓଡିଶା ନିର୍ମାଣ ମଜଦୁର ସଭା (ଟ୍ରେଡ ୟୁନିଅନ) ପକ୍ଷରୁ କ୍ଷମତାପ୍ରାପ୍ତ କରାଯାଇଛି । ଏସଂକ୍ରାନ୍ତରେ ଓଡିଶା ନିର୍ମାଣ ମଜଦୁର ସଭାର ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ ଏକ ସ୍ୱୀକୃତିପତ୍ର ତ୍ରିଲୋଚନଙ୍କୁ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଂଚାୟତର ସୁଜାନଗର ଗ୍ରାମର ବାସିନ୍ଦା ଶ୍ରୀ ଦାସ ବିଭିନ୍ନ ସମୟରେ ବହୁ ସାମାଜିକ କାର୍ଯ୍ୟକ୍ରମ ସମେତ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଏହି ସ୍ୱୀକୃତିପତ୍ର ପ୍ରଦାନ ନେଇ ଶ୍ରୀ ଦାସଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.