Sunday , October 1 2023
Home / ବିଶେଷ / ଲୋକାର୍ପିତ ହେଲା ନିଶ୍ଚିନ୍ତକୋଇଲି ମଡେଲ ହାଟ

ଲୋକାର୍ପିତ ହେଲା ନିଶ୍ଚିନ୍ତକୋଇଲି ମଡେଲ ହାଟ

ନିଶ୍ଚିନ୍ତକୋଇଲି, ୧୯/୧୧/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକ ଜିଲ୍ଲା ର ନିଶ୍ଚିନ୍ତକୋଇଲି ଠାରେ ଏକ ମଡେଲ ହାଟ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରାତାପ ଜେନା ନୂତନ ପରିପାଟୀ ନେଇ ପ୍ରତିଷ୍ଠିତ ଏହି ହାଟକୁ ଉଦଘାଟନ କରିଥିଲେ । ନିକଟସ୍ଥ ପଞ୍ଚାୟତ ଗୁଡିକର ଚାଷୀ ମାନଙ୍କର ଉତ୍ପାଦିତ କୃଷିଜାତ ଦ୍ରବ୍ୟ ଓ ପନିପରିବା ସୁବିଧାରେ ବିକ୍ରି କରିପାରିବେ । ଚାଷୀ ଓ ବ୍ୟବସାୟୀ ଉଭୟ ନିର୍ମିତପିଣ୍ଡି ଉପରେ ବସି ସୁବିଧାରେ ବିକ୍ରିବଟା କରି ପାରିବେବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲେ. । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ରବୀନ୍ଦ୍ର ସେଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ. । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, ମାହାଙ୍ଗା ଅଧ୍ୟକ୍ଷ ଶରତ ନାୟକ, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ସରପଞ୍ଚ କ୍ଷୀରୋଦ ପଣ୍ଡା, ଦେବେନ୍ଦ୍ର ସାହୁ, ବିଜେଡି ଯୁବନେତା ଅଶୋକ ଓଝା ପ୍ରମୁଖ ବକ୍ତବ୍ୟ ରଖିଥିଲେ. । ମନ୍ତ୍ରୀ ଙ୍କୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବ୍ୟବସାୟୀ, ଚାଷୀ, ମହିଳା ଗୋଷ୍ଠୀ ପକ୍ଷରୁ ସମ୍ବର୍ଦ୍ଧିତ କାରାଯାଇ ଥିଲା । ଏହି ମଡେଲ ହାଟ ନିର୍ମାଣ ରେ ଅନ୍ୟୁନ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି. । ମନ୍ତ୍ରୀ ଶ୍ରୀ ଜେନାଏହି ଅବସରରେ ନବନିର୍ମିତ କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଥିଲେ । ଓଡିଶା ସମାଚାର

Leave a Reply

Your email address will not be published. Required fields are marked *