ମାହାଙ୍ଗା ,୧୯/୧୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ତାଙ୍କର ଅନ୍ୟତମ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳଙ୍କ ଏତଲାକୁ ଭିତ୍ତିକରି ସ୍ଥାନୀୟ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ନେଇ ପୋଲିସ ଡେମୋ ଦେଖାଇଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଥିଲା । କିନ୍ତୁ ପୋଲିସ ତଦନ୍ତ ସମୟରେ ଏତଲାର ୧୩ ନମ୍ବର ତାଲିକାରେ ରହିଥିବା ସ୍ଥାନୀୟ ବିଧାୟକଙ୍କ ନାଆଁକୁ ପୋଲିସ ପକ୍ଷରୁ ବାଦ ଦିଆଯିବାରୁ ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଦେଖାଯାଇଥିଲା । ତେବେ ସ୍ଥାନୀୟ ବିଧାୟକ ତଥା ଆଇନି ମନ୍ତ୍ରୀଙ୍କୁ ଏହି ହତ୍ୟା ଘଟଣାରେ ସଡ଼ଯନ୍ତ୍ରକାରୀ ଦର୍ଶାଇ ବିଜେପି ନେତା କୁଳମଣିଙ୍କ ପୁଅ ନୁର୍ତ୍ତାଙ୍ଗ ପଂଚାୟତ ସମିତିସଭ୍ୟ ରମାକାନ୍ତ ବରାଳ,ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ବିଜେପି ନେତା ଶାରଦା ପ୍ରଧାନ ପ୍ରମୁଖ ମନ୍ତ୍ରୀ ଶ୍ରୀ ଜେନାଙ୍କୁ କାଠଗଡ଼ାକୁ ଟାଣିବାପାଇଁ ବିଭିନ୍ନ ସମୟରେ ଉଦ୍ୟମ କରିବା ଦେଖିବାକୁ ମିଳିଥିଲା । ଶେଷରେ ରମାକାନ୍ତ କୋର୍ଟର ଦ୍ୱାରସ୍ଥ ହେବାରୁ ପୁନର୍ବାର ଘଟଣାର ତଦନ୍ତ ପାଇଁ ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେବାରୁ ପୋଲିସ ତଦନ୍ତ ରିପୋର୍ଟ ଦାଖଲ କରିଥିଲା । ତେବେ ମାହାଙ୍ଗା ବ୍ଲକ କଂଗ୍ରେସ ପକ୍ଷରୁ ଆଜି ସଦଭାବନା ଯାତ୍ରା ଆୟୋଜନ ନାଆଁରେ ଦଳର ରାଜ୍ୟ ସଂପାଦକ ଏ ଚେଲା କୁମାରଙ୍କୁ ନୁର୍ତ୍ତାଙ୍ଗକୁ ନିଆଯାଇ ସେଠାରେ କଂଗ୍ରେସ ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଶାସନରେ ଥିବା ବିଜେଡି ସରକାର ଏବଂ କେନ୍ଦ୍ରରେ ଥିବା ବିଜେପି ସରକାର ବିରୁଦ୍ଧରେ ଚେଲା କୁମାର ବର୍ଷିଥିଲେ ।
ଉତ୍ତରପ୍ରଦେଶ ରେ ଶାସନ କରୁଥିବା ବିଜେପି ଏବଂ ଓଡ଼ିଶାରେ ଶାସନ କରୁଥିବା ବିଜେଡି ବିରୁଦ୍ଧରେ ଚେଲା କୁମାର ଗର୍ଜ୍ଜିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମଣ୍ଡଳରେ ଥିବା ନେତାମାନଙ୍କୁ ଏହି କଂଗ୍ରେସ ନେତା ତୀବ୍ର ସମାଲୋଚନା କରିଥିଲେ । କଂଗ୍ରେସର ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ୟାକୁବ ଖାଁ, ଦେବେନ୍ଦ୍ର ସାହୁ, ପ୍ରମୁଖ ଉପସ୍ଥିତ ରହି ବିଜେଡ଼ିକୁ ଟାର୍ଗେଟ କରିବାର ଯୋଜନା ଥିଲେବି ବିଜେପି ବିରୁଦ୍ଧରେ ଚେଲା କୁମାରଙ୍କ ଅଭିଯୋଗ କଂଗ୍ରେସର ରାଜନୈତିକ ଚାଲବାଜି ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ଗୁଳିରେ ଦେବେନ୍ଦ୍ର ଦୁଇଟି ଶୀକାର କରିବାରେ ସଫଳ ହେବା କୁହାଯାଉଛି । ତେବେ ସମୟ କହିବ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନି ବ୍ୟବସ୍ଥା ଭିତରେ ଆଗକୁ କେଉଁ କାର୍ୟ୍ୟାନୁଷ୍ଠାନ ନିଆ ଯାଉଛି । ଓଡ଼ିଶା ସମାଚାର
Home / ରାଜନୀତି / ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମବେଦନା ଜଣାଇବାକୁ ଆସି ଉଭୟ ବିଜେଡି ଓ ବିଜେପିକୁ ଘେରିଲା କଂଗ୍ରେସ