Saturday , November 27 2021
Breaking News
Home / ବିଶେଷ / ଭବାନୀପାଟଣା ର ରାଜଗୋପାଳ ନଗର ରେ ଏକତାପରିଷଦ ର ଆନ୍ତରାଷ୍ଟ୍ରୀୟ ମହିଳାମଞ୍ଚ ସଂଯୋଜିକା ଜିଲ ବେହେନ ଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା ର ରାଜଗୋପାଳ ନଗର ରେ ଏକତାପରିଷଦ ର ଆନ୍ତରାଷ୍ଟ୍ରୀୟ ମହିଳାମଞ୍ଚ ସଂଯୋଜିକା ଜିଲ ବେହେନ ଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି ୧୯/୧୧/୨୦୨୧(ଓଡ଼ିଶା ସମାଚାର /ସଂଜୟ ସିଂହ)- ବିଶିଷ୍ଠ ଗାନ୍ଧିବାଦୀ ସାମାଜିକ କର୍ମୀ ଏକତା ପରିଷଦ ର ଆନ୍ତରାଷ୍ଟ୍ରୀୟ ମହିଳାମାଞ୍ଚ ର ସଂଯୋଜିକା ଜିଲ ବେହେନ ଦୁଇ ଦିନିଆ କଳାହାଣ୍ଡି ଗସ୍ତ ରେ ଆସି ଆଜି ସକାଳ ଦଶ ଘଣ୍ଟା ସମୟରେ ଭବାନୀପାଟଣା ସହର ର ରାଜ ଗୋପାଲ ନଗର ଠାରେ ପହଂଚିଥିଲେ । ତାଙ୍କ ସହିତ ମହିଳାମଞ୍ଚ ଜାତୀୟ ସଂଯୋଜିକା ଶ୍ରଦ୍ଧା ବେହେନ ଓ ଏକତାପରିଷଦ ର ଜାତୀୟ କାର୍ୟ୍ୟ କାରିଣୀ ସଦସ୍ୟ ଭାରତ ଠାକୁର ଥିଲେ ।
ସମସ୍ତଙ୍କୁ ରାଜଗୋପାଳ ନଗର ବାସି ସ୍ୱାଗତ କରିବା ପରେ ଏକତା ପରିଷଦ କାର୍ୟ୍ୟଳୟ ପାଇଁ ଚିହ୍ନିତ ଜମିଉପରେ ଜିଲ ବେହେନ ଏକ ବୃକ୍ଷରୋପଣ କରିଥିଲେ । ଏକତା ପରିଷଦର କଳାହାଣ୍ଡି ସଂଯୋଜକ ସରୋଜ ବାଗ ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏକତା ପରିଷଦ ର ଚିନ୍ମୟୀ ବେହେରା, ମନ୍ଦାକିନୀ ବାଣୁଆ, ତପସ୍ୱିନୀ ମେହେର ଓ ବର୍ଷା ସରାଫ ଜୟଜଗତ ସଂଗୀତ ପରିବେଷଣ କରିଥିଲେ । ଶ୍ରୀଯୁକ୍ତ ବାଗ ରାଜଗୋପାଳ ନଗର ର ପ୍ରତିଷ୍ଠା ଓ ଇତିହାସ ସମ୍ପର୍କରେ ଅତିଥି ମାନଙ୍କୁ ଅବଗତ କରାଇବା ପରେ ଜିଲ ବେହେନ ଏକତା ମହିଳାମଞ୍ଚ ର କାର୍ୟ୍ୟକ୍ରମ, ଏକତା ପରିଷଦର କାର୍ୟ୍ୟକ୍ରମରେ ମହିଳା ମାନଙ୍କ ଭୁମିକା ଉପରେ ଜଣାଇବା ସହ ରାଜଗୋପାଳ ନଗର ର ଅଧିବାସୀ ଓ ଉପସ୍ଥିତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ । ଶ୍ରଦ୍ଧା ବେହେନ ମହିଳା ମାନଙ୍କୁ ଉତ୍ସାହିତ କରିବା ସହ ଏକ ଦେଶାତ୍ମବୋଧକ ସଚେତନ ମୂଳକ ସଂଗୀତ ପରିବେଷଣ କରିଥିଲେ । କାର୍ୟ୍ୟକ୍ରମରେ ଏକତା ପରିଷଦ ର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ସିଦ୍ଧାର୍ଥ ନାୟକ, ରୋଶନାରା ମହାନ୍ତି ,ବରୁଣ ଶର୍ମା,ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତିର ଆବାହକ ଗିରିଧାରୀ ପାତ୍ର, ବର୍ଷା ସରାଫ, ଏକତା ପରିଷଦ ର ଚିନ୍ମୟୀ ବେହେରା, ମନ୍ଦାକିନୀ ବାଣୁଆ, ଅଞ୍ଜଳି ସିଂ, ଝିଲି ରାଉତ, ଗଣମାଧ୍ୟମ ର ବିକାଶ ନାଏକ, ଖିରୋଦ କୁମାର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶା ସମାଚର

About admin

Check Also

ଆଜି ପ୍ରଥମାଷ୍ଟମୀ: ହଳଦୀ ପତ୍ର ବାସ୍ନାରେ ମହକୁଛି କଟକ ସଦର ଅଞ୍ଚଳ

କଟକ ସଦର,୨୭/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜି ପ୍ରଥମାଷ୍ଟମୀ।ଓଡିଆ ପାଞ୍ଜି ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି।ଏହି …

Leave a Reply

Your email address will not be published. Required fields are marked *