Monday , September 25 2023
Breaking News
Home / ବିଶେଷ / ବ୍ରଜ ଗଦାଧର ପିଠରେ ବୋଇତ ବନ୍ଦାଣ ଉତ୍ସବ

ବ୍ରଜ ଗଦାଧର ପିଠରେ ବୋଇତ ବନ୍ଦାଣ ଉତ୍ସବ

ଗରଦପୁର, ୧୯/୧୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀ ତଟ ବ୍ରଜ ଗଦାଧର ମହାପୁରୁଷ ପିଠରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପିଠର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ସନ୍ତୋଷ ଜେନା ଯୋଗଦେଇ ଉତତସବର ଉଦଘାଟନ କରିଥିଲେ । ଏଥିରେ ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ଆଇନଜିବୀ ଶିବପ୍ରସାଦ ସିଂ, ଶ୍ରୀକାନ୍ତ ନାୟକ,ସମାଜସେବୀ କେଦାରନାଥ ସାମନ୍ତରାୟ,ନୟନ ବଲଭ ନାୟକ,ପୂର୍ବତନ ସରପଂଚ ଅଶୋକ ଜେନା,ଅଶୋକ ମହାରଣା,ରତିକାନ୍ତ ମହାନ୍ତି , ସାହିତି୍ୟକ ଭୁବନ ମୋହନ ଜେନା,କ୍ଷୀରୋଦ ନାୟକ,କୈଳାଶ ମନ୍ତ୍ରୀ, ଦୟାନିଧି ଜେନା, ମନସ୍ୱିନୀ ଜେନା, ପବିତ୍ର ମଳିକ,ସନାତନ ଦାସ, ରବିନ୍ଦ୍ର ଦାସ,ରଂଜନ କୁମାର ମାହାଳୀ ପ୍ରମୁଖ ଯୋଗଦେଇ ଓଡ଼ିଶାର ସାଧବ ପୁଅ ମାନଙ୍କର ନୌବାଣିଜ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ଭଜନ କୀର୍ତନ କରାଯାଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅତିଥି ମାନଙ୍କ ଦ୍ୱାରା ଚିତ୍ରୋପôଳା ନଦୀରେ ବୋଇତ ବନ୍ଦାଣ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *